କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ, ମନ୍ତ୍ରୀ

କେସିଙ୍ଗା,୨୧।୮(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ପୂର୍ତ୍ତ ଓ ଗୃହମନ୍ତ୍ରୀ ପ୍ରଫୁଲ କୁମାର ମଲିକ ଓ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭୂପିନ୍ଦର ସିଂହ ବୁଧବାର ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଓ ବିଧାୟକଙ୍କୁ କେସିଙ୍ଗାସ୍ଥିତ ବୋରିଙ୍ଗପଦର ଛକରେ ବିଜେଡିର କର୍ମକର୍ତ୍ତାମାନେ ସ୍ବାଗତ କରିଛନ୍ତି। ବୋରିଙ୍ଗପଦର ଛକଠାରୁ ଅଗ୍ନିଶମ ବିଭାଗ ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ପିଡବ୍ଲ୍ୟୁଡି ରାସ୍ତାକୁ ମିନି ଷ୍ଟାଡିୟମ ଦେଇ ଆଦର୍ଶ ବିଦ୍ୟାଳୟ ଏବଂ ବଗାଡ଼ ନୂତନ ବସଷ୍ଟାଣ୍ଡରେ ସଂଯୋଗ କରିବା ପାଇଁ ବିଧାୟକ ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। କେସିଙ୍ଗା ସହରସ୍ଥିତ ବଲାଙ୍ଗୀର ଛକସ୍ଥିତ ଏନ୍‌ଏଚ୍‌ କାର୍ଯ୍ୟାଳୟଠାରୁ କୁର୍ଲୁପଡ଼ା ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏବଂ ବଲାଙ୍ଗୀର ଛକଠାରୁ ବିକେ ଫୁଡ୍‌ ପର୍ଯ୍ୟନ୍ତ ଓଭରବ୍ରିଜ ନିର୍ମାଣ ପାଇଁ ବିଧାୟକ ମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି। କେସିଙ୍ଗା ବ୍ଲକର ବେଲଖଣ୍ଡି, ତୁଣ୍ଡଲା, ତୁର୍ଲାଖମନ, ହାତୀଖୋଜ, ସିର୍ଜାପାଲି ଗତ ବନ୍ୟାରେ ବ୍ୟାପକ ଭାବେ କ୍ଷତି ହୋଇଥିବା ବିଧାୟକ ମନ୍ତ୍ରୀଙ୍କ ନିକଟରେ କହିଥିଲେ। ସେହିପରି କର୍ଲାମୁଣ୍ଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବିଧାୟକ ମନ୍ତ୍ରୀଙ୍କୁ ଜଣାଇଛନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ପରିଦର୍ଶନ ସମୟରେ ପିଡବ୍ଲୁଡି ଏବଂ ଆର୍‌ଡି ବିଭାଗର ବରିଷ୍ଠ କର୍ମଚାରୀ ସାମିଲ ଥିଲେ। ବିଧାୟକଙ୍କ ପ୍ରତିନିଧି ସନ୍ତୋଷ ଶର୍ମା, ରମେଶ ପଟ୍ଟନାୟକ, ବିଜେଡି ଟାଉନ୍‌ ସଭାପତି ରମାକାନ୍ତ ଗୌଡ଼, ଦୟାନିଧି ସୁନାନୀ, ପୂର୍ବତନ ବ୍ଲକ ଧ୍ୟକ୍ଷକ୍ଷ ରାମଲାଲ ସୁନାନୀ, ପୂର୍ବତନ ନଗରପାଳ ରାମଜୀ ମାତଖଣ୍ଡିଆ, ନଳିନୀ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।