କୋଣାର୍କ,୧୭।୩(ଡି.ଏନ୍.ଏ): ପୁରୀ ଜିଲା କେଳୁଣି ମୁହାଣ ନିକଟ କେଉଟଜଙ୍ଗା ଗ୍ରାମ ନିକଟ ସମୁଦ୍ର କୂଳରେ ମଙ୍ଗଳବାର ଭୋରୁ ଏକ ଜାହାଜର ସଫି ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକେ କୋଣାର୍କ ଥାନାକୁ ଖବର ଦେଇଥିଲେ। ଖବରପାଇ ଥାନାର ଏକଟିମ୍ ଯାଇ ତାହାକୁ ଜବତ କରିଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି।


