Categories: ଜାତୀୟ

କେରଳ ଘଟଣାର ପୁନରାବୃତ୍ତି: ହାତୀ ପରେ ଗର୍ଭବତୀ ଗାଈକୁ ବିସ୍ଫୋରକ ଖୁଆଇଲେ ଦୁର୍ବୁତ୍ତ !

ବିଳାସପୁର,୬।୬: ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଗର୍ଭବତୀ ଗାଈର ପାଟିରେ ଗଭିର ଆଘାତ ଲାଗିଥିବା ଦେଖାଯାଇଛି। ତେବେ ଗାଈର ମାଲିକ ଗୁରଦିଆଲ ସିଂ କହିଛନ୍ତି କେହି ଦୁର୍ବୁତ୍ତ ତାଙ୍କ ଗର୍ଭିଣୀ ଗାଈକୁ ବିସ୍ଫୋରକ ଖୁଆଇ ଦେବାରୁ ଏହା ତା’ର ପାଟିରେ ଫାଟିଯାଇ ଗାଈଟି ଆହତ ହୋଇଛି। ହିମାଚଳ ପ୍ରଦେଶ ବିଳାସପୁର ଜିଲାର ଝନଦୁତା ଅଞ୍ଚଳର ଏହି ଘଟଣା ବୋଲି କୁହାଯାଉଛି। ଗୁରଦିଆଲ ଏଥିପାଇଁ ତାଙ୍କ ପଡୋଶୀଙ୍କୁ ଦୋଷୀ ବୋଲି କହୁଛନ୍ତି। କାରଣ ଗାଈଟି ପାଟିରେ ବିସ୍ଫୋରକ ଫୁଟିବା ସମୟରେ ପଡୋଶୀ ନନ୍ଦଲାଲ ସେଠାରୁ ଦୌଡି ପଳାଇବାରୁ ସେ ଦୋଷୀ ବୋଲି ଗାଈର ମାଲିକ ଦାବି କରିଛନ୍ତି। ଘଟଣାଟି ୧୦ ଦିନ ତଳର ବୋଲି କୁହାଯାଉଛି। ଆନିମଲ କ୍ରୁଏଲ୍ଟି ଆକ୍ଟ ଅନୁଯାୟୀ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, କେରଳରେ ଏକ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଦେଇ ମାରିଦେବା ଖବର ମନରୁ ନ ଲିଭୁଣୁ ପୁଣିଥରେ ମଣିଷର ଆଉ ଏକ କ୍ରୁରତା ସାମ୍ନାକୁ ଆସିଛି।

Share