Categories: ଜାତୀୟ

କେରଳ, କର୍ନାଟକ ସମେତ ୫ଟି ରାଜ୍ୟରେ ବନ୍ୟା ବିତ୍ପାତ: ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଲା ବାୟୁସେନା

ଥିରୁଭାନନ୍ତପୁରମ,୯।୮: ଦେଶରେ ବହୁ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। କେରଳରୁ କର୍ନାଟକ ଓ ମଧ୍ୟପ୍ରଦେଶରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବହୁ ରାଜ୍ୟ ପାଣି ଘେରରେ ରହିଛି। ପାଣି ଘେରରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ ଏନଡିଆର୍‌ଏଫ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶୁକ୍ରବାର ନୌସେନା, ସେନା ଓ ବାୟୁସେନାର ସାହାଯ୍ୟ ମଧ୍ୟ ଲୋଡାଯାଇଛି। ମହାରାଷ୍ଟ୍ରରେ ନୌସେନା ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ କେରଳ ଓ କର୍ନାଟକରେ ସେନା ଓ ବାୟୁସେନା ରହିଛନ୍ତି। ତେବେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ହୋଇଥିବା ବନ୍ୟା ବିତ୍ପାତରେ ସବୁଠାରୁ ଅଧିକ କେରଳ ପ୍ରଭାବିତ ହୋଇଥିବା ସୂଚନା ମିଳିଛି। ଏହି ରାଜ୍ୟରେ ବନ୍ୟା ଯୋଗୁ ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି। ଅପରପକ୍ଷରେ କେରଳ ମୁଖ୍ୟମନ୍ତ୍ରୀ ବନ୍ୟା ସହ ମୁକାବିଲା ପାଇଁ ହୋଇଥିବା ପ୍ରସ୍ତୃତିର ସମୀକ୍ଷା କରିବା ସହ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି।

Share