Categories: ଜାତୀୟ

କେରଳରେ ପ୍ରବଳ ବର୍ଷା: ଖୋଲିଲା କାଲାରକୁଟି ଡ୍ୟାମ, ୭ ମତ୍ସଜୀବି ନିଖୋଜ

ଥିରୁଭାନନ୍ତପୁରମ,୨୦।୭: କେରଳରେ ଶନିବାର ପ୍ରବଳ ବର୍ଷା ହେବାର ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏମିତିକି କିଛି ଜିଲାରେ ରେଡ ଆଲର୍ଟ ମଧ୍ୟ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁ ଇଡୁକ୍କି ଜିଲାରେ ଥିବା କାଲାରକୁଟି ଡ୍ୟାମକୁ ଖୋଲି ଦିଆଯାଇଛି। ପୂର୍ବରୁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ପ୍ରାୟ ୭ ଜଣ ମତ୍ସଜୀବି ନିଖୋଜ ଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦେଖି ରାଜ୍ୟ ସରକାର କେତେ ଗୁଡିଏ ରିଲିଫ୍‌ ଶିବିର ମଧ୍ୟ ଖୋଲିଛନ୍ତି। ପାଣିପାଗ ବିଭାଗର ସୂଚନା ମୁତାବକ ଆଗାମୀ ଦିନେ ୨ ଦିନ ରାଜ୍ୟର କେତେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ବର୍ଷାରେ ପ୍ରାୟ ସମସ୍ତ ନଦୀର ଜଳସ୍ତର ବଢିଥିବା ବେଳେ କେତେକ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

Share