Categories: ଜାତୀୟ

କେରଳରେ ପ୍ରଥମ ନିପା ଭାଇରସ୍‌ ରୋଗୀ ଚିହ୍ନଟ

କୋଚି,୪।୬: କେରଳରେ ପୁଣି ଥରେ ପାଦ ଦେଇଛି ନିପା ଭାଇରସ୍‌। କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଏହି ସୂଚନା ଦେଇଛନ୍ତି। ୨୩ ବର୍ଷୀୟ ଜଣେ ଛାତ୍ର ଏହି ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତେବେ ସୋସିଆଲ ମିଡିଆ ମାଧ୍ୟମରେ ଏହି ରୋଗକୁ ନେଇ କେହି କୌଣସି ଭୟଭିତ କଲା ଭଳି ବାର୍ତ୍ତା ଶେୟାର ନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହାକୁ ସାମ୍ନା କରିବାକୁ ଆବଶ୍ୟକ ଔଷଧ ଉପଲବ୍ଧ ହେବା ସହ ଏର୍ନାକୁଲମ ମେଡିକାଲ କଲେଜରେ ଏକ ସ୍ବତନ୍ତ୍ର ଓ୍ବାର୍ଡ ଖୋଲାଯାଇଥିବା କଥା ମଧ୍ୟ ସେ କହିଛନ୍ତି। ତେବେ ଆକ୍ରାନ୍ତ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିବା ସେମାନଙ୍କ ପରିଜନର ପ୍ରାୟ ୮୫ ଜଣଙ୍କ ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖିଛି। ସୂଚନାଯୋଗ୍ୟ, ଗତବର୍ଷ କେରଳରେ ନିପା ଭାଇରସ୍‌ରେ ଆକ୍ରାନ୍ତ ହୋଇ ପାଖାପାଖି ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା।

Share