Categories: ଜାତୀୟ

କେରଳରେ ପୁଣି ୨ ନିପା ରୋଗୀ ଚିହ୍ନଟ

ଥିରୁଭାନନ୍ତପୁରମ, ୬।୬: କେରଳକୁ ପୁଣି ଫେରିଛି ନିପା ଭାଇରସ। ନିପା ଆକ୍ରାନ୍ତ ସନ୍ଦେହରେ ପୁଣି ଦୁଇଜଣ ରୋଗୀଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ପରେ ତାଙ୍କର ରିପୋଟ ପଜେଟିଭ ଆସିଛି। ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେ.କେ. ସୈଲଜା। ଏହାକୁ ମିଶାଇ କେରଳରେ ଏଯାବତ୍‌ ମୋଟ ୭ଜଣଙ୍କଠାରେ ନିପା ଭାଇରସ୍‌ ଦେଖାଯାଇଛି। ଏହି ଘଟଣା ଜଣାପଡିବା ପରେ ନିପାକୁ ନେଇ କେରଳରେ ପୁଣି ଆତଙ୍କ ଖେଳିଯାଇଛି। କିଛି ସମ୍ବେଦନଶୀଳ ଅଞ୍ଚଳରେ ଡାକ୍ତର ଟିମକୁ ମୁତୟନ କରାଯାଇଛି। ରୋଗ ଯେପରି ନ ବ୍ୟାପିବ ସେ ନେଇ ସ୍ବତନ୍ତ୍ର ଟିମ ନଜର ରଖିଛି। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ମଧ୍ୟ ଡକାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ନିପା ଭାଇରସ ଯୋଗୁ କେରଳରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିଲା।

Share