Categories: ଜାତୀୟ

କେରଳରେ ଚିହ୍ନଟ ହେଲେ ପ୍ରଥମ କରୋନା ଭୂତାଣୁ ସଂକ୍ରମିତ

ନୂଆଦିଲ୍ଲୀ,୩୦।୧: କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ପ୍ରଥମ ରୋଗୀ କେରଳର ବୋଲି ଚିହ୍ନଟ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ହସ୍ପିଟାଲର ଆଇସୋଲେଶନ ଓ୍ବାର୍ଡରେ ତାଙ୍କର ଚିକିତ୍ସା ଚାଲିଛି। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି। ଆକ୍ରନ୍ତ ଜଣଙ୍କ ହେଉଛନ୍ତି ଛାତ୍ର। ସେ ଚାଇନାର ଉହାନ ସହରରେ ରହି ପାଠ ପଢୁଥିଲେ। ସୂଚନାଯୋଗ୍ୟ, କରୋନା ଭୂତାଣୁ ଏବେ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ଏବେସୁଦ୍ଧା ଏଥିରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆକ୍ରାନ୍ତ ରହିଛନ୍ତି। ତେବେ କରୋନା ଭାଇରସରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ସର୍ବାଧିକ ଉହାନ ସହରରେ ବୋଲି ରିପୋର୍ଟରେ ଦର୍ଶାଯାଉଛି।

Share