Categories: ଜାତୀୟ

କେମିତି ସମୟ କାଟୁଛନ୍ତି ମୁଫତି, ଅବଦୁଲ୍ଲା

ଶ୍ରୀନଗର,୧୮।୮: ପାଖାପାଖି ୧୨ ଦିନ ହେବ ନଜରବନ୍ଦୀ ଅଛନ୍ତି ଜମ୍ମୁ-କଶ୍ମୀରର ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହେବୁବା ମୁଫତି। ହେଲେ ଏବେ ସେମାନେ କେମିତି ସମୟ କାଟୁଛନ୍ତି ତାହା ଜାଣିବା ପାଇଁ କେତେକଙ୍କର ଆଗ୍ରହ ଥିବ। ପ୍ରଥମେ ଉଭୟ ନେତାଙ୍କୁ ଏକାଠି ନଜରବନ୍ଦୀ ରଖାଯାଇଥିବା ବେଳେ ଏବେ ଦୁହେଁ ଅଲଗା ଅଲଗା ରହୁଛନ୍ତି। ତେବେ ଉମର ଅବଦୁଲ୍ଲା ଏବେ ଭିଡିଓ ଗେମ୍‌ ଖେଳିବା ସହ ବହୁ ପରିମାଣରେ ଫିଲ୍ମ ଦେଖି ସମୟ କାଟୁଛନ୍ତି ବୋଲି ଜଣାପଡିଛି। କେବଳ ସେତିକି ନୁହେଁ ଅବଦୁଲା ନିଜକୁ ଫିଟ୍‌ ରଖିବାକୁ ଜିମ୍‌ରେ ମଧ୍ୟ ବହୁ ସମୟ କାଟୁଛନ୍ତି। ଏହାସହ ମେହେବୁବା ମୁଫତି ମଧ୍ୟ ଅନେକ ସମୟ ବହି ପଢୁଥିବା ଜଣାପଡିଛି। ସୂଚନାଯୋଗ୍ୟ, ପ୍ରଥମେ ଏମାନଙ୍କୁ ହରି ନିବାସ ମହଲରେ ରଖାଯାଇଥିଲା। ହେଲେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଦୁଇ ନେତାଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା। ଏହାପରେ ଅବଦୁଲ୍ଲାଙ୍କୁ ଚଶମେ ସାହିକୁ ସ୍ଥାନାନ୍ତର କରାଯାଇଥିଲା ହେଲେ ମେହେବୁବା ଏବେବି ହରି ନିବାସ ମହଲରେ ରହିଛନ୍ତି।

Share