Posted inଜାତୀୟ

କେମିତି ଆରମ୍ଭ ହୋଇଥିଲା ରାଜୀବ-ସୋନିଆଙ୍କ ପ୍ରେମ ସମ୍ପର୍କ

ନୂଆଦିଲ୍ଲୀ, ୨୧।୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ପୁଣ୍ୟତିଥି ମଙ୍ଗଳବାର ସାରା ଦେଶରେ ପାଳନ କରାଯାଉଛି। ଦିଲ୍ଲୀର ବୀରଭୂମିରେ ଥିବା ତାଙ୍କ ସମାଧିପୀଠରେ ଅନେକ ଗଣମାନ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜୀବ ଏବଂ ସ୍ତ୍ରୀ ସୋନିଆ ଗାନ୍ଧୀଙ୍କ ବିବାହକୁ ନେଇ ଅନେକ ସମୟରେ ଚର୍ଚ୍ଚା ବିଷୟବସ୍ତୁ ପାଲଟିଛି। ଜଣେ ବିଦେଶିନୀଙ୍କୁ ବିବାହ କରିବା ପରେ ଏହାକୁ ନେଇ ଦେଶରେ ତାଙ୍କୁ ସମାଲୋଚନାର ଶିକର ହେବାକୁ ପଡିଥିଲା। କିନ୍ତୁ ଇଟାଲୀ ଝିଅ ସୋନିଆଙ୍କ ପ୍ରେମରେ କେମିତି ପଡିଥିଲେ ରାଜୀବ ତାକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାଜୀବ ପାଠ ପଢିବା ପାଇଁ ଇଂଲଣର କେମ୍ଭ୍ରିଜ ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେଠାରେ ତାଙ୍କ ଭେଟ ହୋଇଥିଲା ଏମ୍ବ୍ଲିନା ମାଇନୋ ଓରଫ୍‌ ସୋନିଆ ଗାନ୍ଧୀଙ୍କ ସହ ତାଙ୍କ ଭେଟ ହୋଇଥିଲା। ଇଟାଲୀର ମଧ୍ୟବିତ୍ତ ପରିବାରରୁ ଆସିଥିବା ସୋନିଆ ଅର୍ଥାଭାବରୁ ଏକ ରେଷ୍ଟୁରାଣ୍ଟରେ ପାର୍ଟ ଟାଇମ୍‌ ଚାକିରି କରୁଥିଲେ। ଏହିସମୟରେ ଉଭୟ ରାଜୀବ ଏବଂ ସୋନିଆଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପାଠପଢା ଶେଷ ପରେ ଉଭୟ ଏହି ସମ୍ପର୍କକୁ ବିବାହର ରୂପ ଦେବା ପାଇଁ ଚାହିଁଥିଲେ କିନ୍ତୁ ରାଜୀବଙ୍କ ମା’ ତଥା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏଥିଲେ ଅରାଜି ଥିଲେ। ଇନ୍ଦିରା ପୁଅର ବିବାହ ସୋନିଆଙ୍କ ସହସହ ନୁହେଁ, ଆଉ ଜଣଙ୍କ ସହ କରିବାକୁ ଚାହୁଁଥିଲେ। ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଲୋକପ୍ରିୟ ଅଭିନେତା ରାଜ କପୁରଙ୍କ ଝିଅ ଋତୁ ନନ୍ଦା। ବରିଷ୍ଠ ପତ୍ରକାର ରସିଦ କିଦବଇ ନିଜ ପୁସ୍ତକ ନେତା ଅଭିନେତା: ବଲିଉଡ ଷ୍ଟାର୍‌ ପାୱର୍‌ ଇନ ଇଣ୍ଡିଆନ ପଲିଟିକ୍ସ ରେ ଏହି କଥା ଉଲ୍ଲେଖ କରିଛନ୍ତି । ରସିଦ ଲେଖିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ଏବଂ ବର୍ଷିୟାନ ଅଭିନେତା ପୃଥ୍ବୀରାଜ କପୁରଙ୍କ ପରିବାର ସହ ଖୁବ ଗଭୀର ବନ୍ଧୁତ୍ୱ ଥିଲା। ଆଉ ଇନ୍ଦିରା ଗାନ୍ଧୀ ଏହି ବନ୍ଧୁତାକୁ ସମ୍ପର୍କରେ ପରିଣତ କରିବାକୁ ଚାହୁଁଥିଲେ। ଏହି କାରଣରୁ ରାଜ କପୁରଙ୍କ ଝିଅ ଋତୁ ନନ୍ଦାଙ୍କୁ ନିଜ ଘରର ବୋହୂ କରିବାକୁ ଇଛା ରଖିଥିଲେ ଇନ୍ଦିରା ଗାନ୍ଧୀ। କିନ୍ତୁ ପୁଅର ଜିଦ୍‌ ଆଗରେ ହାର୍‌ ମାନିଥିଲେ ଇନ୍ଦିିରା। ଶେଷରେ ୨୫ ଫେବ୍ରୁଆରୀ ୧୯୬୮ରେ ରାଜୀବ ଏବଂ ସୋନିଆଙ୍କ ବିବାହ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri