Categories: ଜାତୀୟ

କେମିକାଲ ପ୍ଲାଣ୍ଟ ଗ୍ୟାସ ଲିକ୍‌ ଘଟଣା: ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭାଇଜାଗ,୭।୫: ଆନ୍ଧ୍ରପ୍ରଦେଶର ଭାଇଜାଗରେ ଥିବା ଏଲ୍‌ଜି ପଲିମର୍ସରେ ଗୁରୁବାର ସକାଳୁ ହୋଇଥିବା ଗ୍ୟାସ ଲିକ୍‌ ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହର ରେଡ୍ଡୀ କିଙ୍ଗ ଜର୍ଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ମୃତକଙ୍କ ପରିବାର ପାଇଁ ୧ କୋଟି ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ଭେଣ୍ଟିଲେଟରରେ ଥିବା ଅସୁସ୍ଥଙ୍କ ପାଇଁ ୧୦ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଏବେସୁଦ୍ଧା ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ବୋଲି ଜଣାପଡିଛି। ଅସୁସ୍ଥ ଥିବା ପ୍ରାୟ ୩୦୦ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବା ବେଳେ ପାଖାପାଖି ୫ ହଜାର ଲୋକ ଏହି ଗ୍ୟାସ ଲିକ୍‌ ଦ୍ୱାରା ଅସୁସ୍ଥ ହୋଇ ପଡିଥିବା ସୂଚନା ରହିଛି। ଏହା ନିକଟରେ ଥିବା ପ୍ରାୟ ୨୫୦ ପରିବାରଙ୍କୁ ସେଠାରୁ ସ୍ଥାନାନ୍ତର କରାଯାଇଛି।

Share