Categories: ଜାତୀୟ

କେମିକାଲ ପ୍ଲାଣ୍ଟ ଗ୍ୟାସ ଲିକ୍‌ ଘଟଣାକୁ ନେଇ ଏନ୍‌ଡିଏମ୍‌ଏର ବୈଠକ ଡାକିଲେ ମୋଦି

ନୂଆଦିଲ୍ଲୀ,୭।୫: ଆନ୍ଧ୍ରପ୍ରଦେଶର ବିଶାଖାପଟନମରେ ଗୁରୁବାର ସକାଳେ ହୋଇଥିବା କେମିକାଲ ପ୍ଲାଣ୍ଟ ଗ୍ୟାସ ଲିକ୍‌ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଏନ୍‌ଡିଏମ୍‌ଏ) ଅଧିକାରୀଙ୍କର ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ ମୋଦିଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ବିଶାଖାପଟନମର ଏଲ୍‌ଜି ପଲିମର୍ସରେ ହୋଇଥିବା ଗ୍ରାସ ଲିକ୍‌ ଘଟଣାରେ ଏବେ ସୁଦ୍ଧା ୮ ଜଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଅସୁସ୍ଥ ହୋଇପଡିଛନ୍ତି। ଏମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଏମାନଙ୍କ ମଧ୍ୟରୁ ୨୦ରୁ ଊର୍ଦ୍ଧ୍ୱଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି ବୋଲି କୁହାଯାଉଛି।

Share