କେବିସି ସିଜିନ୍‌ ୧୨: ପୁଣି ଆରମ୍ଭ ହେବ ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା, ଭାଗ ନେବା ପାଇଁ ରହିଛି ସର୍ତ୍ତ

କୌନ୍‌ ବନେଗା କରୋଡ୍‌ପତି ସିଜିନ୍‌ ୧୨ ପାଇଁ ପୁଣି ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ନୂଆ ସର୍ତ୍ତ ରଖାଯାଇଛି। କେବଳ ସୋନୀ ଲାଇଭ୍‌ ୟୁଜର୍ସ ହିଁ ଏହି ରେଜିଷ୍ଟ୍ରେସନ୍‌ରେ ସାମିଲ୍‌ ହୋଇପାରିବେ। ଜୁନ୍‌ ୨୫ରୁ ଜୁଲାଇ ୩ ପର୍ଯ୍ୟନ୍ତ ଏହି ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା ଆରମ୍ଭ ହେବ। ଏଥିରେ ଚୟନ ହୋଇଥିବା ପ୍ରତିଯୋଗୀଙ୍କୁ ଡିଜିଟାଲ ଅଡିଶନ୍‌ ମାଧ୍ୟମରେ ଡକାଯିବ ବୋଲି ଜଣାପଡିଛି। କେବିସିକୁ ଆସି ନିଜ ସ୍ବପ୍ନକୁ ପୂରଣ କରିବାକୁ ଚାହୁଁଥିଲେ ନିଜ ଫୋନରେ ସୋନୀ ଲାଇନ୍‌ ଆପ୍ଲିକେଶନ୍‌ ଡାଉନ୍‌ଲୋଡ୍‌ କରନ୍ତୁ ବୋଲି ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ କହିଛନ୍ତି।

Share