କେବଳ ଲୋକ ଦେଖାଣିଆ ଅସ୍ଥାୟୀ ଶିବିର

ନୂଆପଡା ଅଫିସ,୮ା୫-ଓଡ଼ିଶାର ବିଭିନ୍ନ ଜିଲାର ଲୋକେ କାମଧନ୍ଧା କରିବାକୁ ଯାଇ ଆଉ ଗୋଟିଏ ଜିଲାରେ ଲକ୍‌ ଡାଉନ୍‌ ଯୋଗୁ ଅଟକି ରହିଛନ୍ତି। ସେହିଭଳି ବାହାର ରାଜ୍ୟରେ ମଧ୍ୟ ପ୍ରବାସୀ ଓଡ଼ିଆ ଫସି ରହିଛନ୍ତି। ଏମାନେ ଏବେ ନିଜ ଉଦ୍ୟମରେ ଘରକୁ ଫେରୁଛନ୍ତି। ହେଲେ ନିଜ ଅଞ୍ଚଳରେ ପହଞ୍ଚିବା ପରେ ଏମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ରାଜକୋଷରୁ ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କ ଅବହେଳାରୁ ଘରକୁ ଫେରୁଥିବା ଏହି ଲୋକେ ହଇରାଣ ହେଉଛନ୍ତି। ଏହିକ୍ରମରେ ନୂଆପଡ଼ା ଜିଲାର କେତକ ଲୋକ ଶୁକ୍ରବାର ନିଜ ଉଦ୍ୟମରେ କେନ୍ଦ୍ରାପଡ଼ା ଓ ରାୟଗଡ଼ାରୁ ଆସି ପହଞ୍ଚିଛନ୍ତି। ହେଲେ ଏମାନେ ସ୍ଥାନୀୟ ପ୍ରଶାସନ ଦ୍ୱାରା ଅବହେଳାର ଶିକାର ହୋଇଥିବା ପ୍ରମାଣ ମିଳିଛି। ଭୋର ୪ଟାବେଳେ କେନ୍ଦ୍ରାପଡାରୁ ଏକ ବସ୍‌ ଯୋଗେ ୭ଶିଶୁ, ୧୪ମହିଳା ସମେତ ମୋଟ ୪୧ଜଣ ଶ୍ରମିକ ଆସି ନୂଆପଡ଼ାରେ ପହଞ୍ଚିଥିଲେ। ସ୍ଥାନୀୟ କଲ୍ୟାଣ ମଣ୍ଡପସ୍ଥିତ ଖୋଲା ପଡିଆରେ ଏମାନେ ସକାଳ ୮ଟାଯାଏଁ ଭୋକରେ ବସି ରହିଥିଲେ । ସ୍ଥାନୀୟ ପୋଲିସ କେବଳ ଏମାନଙ୍କୁ ଜଗି ରହିଥିଲା। ପ୍ରଶାସନ ପକ୍ଷରୁ ଏମାନଙ୍କୁ ପାଣି ଟୋପେ ମଧ୍ୟ ପିଇବାକୁ ଦିଆଯାଇ ନ ଥିଲା। ଏଣୁ ପ୍ରଶାସନ ପ୍ରତି ଏମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଶେଷରେ ଏକ ବସ୍‌ ଯୋଗେ ଏମାନଙ୍କୁ ବେଲଟୁକୁରୀକୁ ପୋଲିସ ପଠାଇ ଦେଇ ନିଜ କାମ ସାରି ଦେଇଥିଲା। ପରେ ରାୟଗଡାରୁ ଚାଲି ଚାଲି ଆଉ ୩୨ଜଣ ଶ୍ରମିକ ଏଠାରେ ପହଞ୍ଚତ୍ ଥିଲେ। ଏମାନେ ମଧ୍ୟ ପଡ଼ିଆରେ ଦୀର୍ଘ ସମୟ ଧରି ବସି ରହିଥିଲେ। ଏମାନଙ୍କ ପାଖରେ ବି କେହି ପହଞ୍ଚି ନ ଥିଲେ। ଶେଷରେ ବ୍ଲକ୍‌ କର୍ତ୍ତପକ୍ଷଙ୍କ ହସ୍ତକ୍ଷେପ ପରେ ଅମାନାରା ପଞ୍ଚାାୟତ କର୍ତ୍ତପକ୍ଷ ଆସି ଏମାନଙ୍କୁ ନେଇଥିଲେ। ଏଣୁ ନୂଆପଡ଼ା କଲ୍ୟାଣ ମଣ୍ଡପରେ କରାଯାଇଥିବା ଅସ୍ଥାୟୀ ଶିବିର କେବଳ ଲୋକ ଦେଖାଣିଆ ବୋଲି ପ୍ରମାଣିତ କରିଛି। ଏହି ଶିବିର ଦାୟିତ୍ୱରେ ଥିବା କୌଣସି କର୍ମଚାରୀଙ୍କ ଦେଖା ମିଳୁନାହିଁ। ଆଗକୁ ହଜାର ହଜାର ଶ୍ରମିକ ଆସିବେ। ପ୍ରଶାସନ ତାହା କେମିତି ସମ୍ଭାଳିବ ବୋଲି ଏବେଠୁ ପ୍ରଶ୍ନ ଉଠିଲାଣି। ତେବେ ନୂଆପଡା ବ୍ଲକ୍‌ କର୍ତ୍ତପକ୍ଷ ନିଜକୁ ବଞ୍ଚାଇବାକୁ ଯାଇ ଠିକ୍‌ରେ ସମସ୍ତ ଅଧିକାରୀ ନିଜ ନିଜର ଦାୟିତ୍ୱ ତୁଲାଉଥିବା ସଫେଇ ଦେଇଛି। ହେଲେ ଶ୍ରମ ବିଭାଗର ସହଯୋଗ ମିଳୁ ନ ଥିବା କହି ଦୋଷ ଲଦିଛନ୍ତି। ଶ୍ରମ ବିଭାଗ କିନ୍ତୁ କୌଣସି ଉତ୍ତର ଦେବାକୁ ରାଜି ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୭।୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୭।୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଣଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଜଣାଇଲେ ସମସ୍ୟା, ସମାଧାନ ପାଇଁ

ନୂଆପଡ଼ା,୫ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଷ୍ଟୋନ କ୍ରଶର ଓ ପଥର କ୍ୱାରୀ ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଭାଜପା ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ଯଦୁମଣି...

୩ମାସ ଭିତରେ କାମ ନ ହେଲେ ଆନ୍ଦୋଳନ: ଏଭଳି ଚେତାବନୀ ଦେଲେ ଭକ୍ତ

ନୂଆପଡ଼ା,୪ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଅନ୍ତର୍ଗତ ଘାଟିପଡ଼ାସ୍ଥିତ ସାଇ କଲେଜ ମଣ୍ଡପଠାରେ ମଙ୍ଗଳବାର ନୂଆପଡ଼ା ଉପନିର୍ବାଚନକୁ ନେଇ କଂଗ୍ରେସର ସମୀକ୍ଷା ବୈଠକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri