କେବଳ ବନ୍ଧୁତା

କ’ଣ କରିବେ ଦିଶା ପଟାନି-ଏଣୁ ମାରିଲେ ଗୋ ହତ୍ୟା ତେଣୁ ମାରିଲେ ବ୍ରହ୍ମ ହତ୍ୟା। ଅର୍ଥାତ୍‌ ସେ ଦୋଛକିରେ ପଡିଯାଇଛନ୍ତି। ଟାଇଗର ଶ୍ରଫଙ୍କ ସହ ତାଙ୍କ ଇଲୁ ଇଲୁକୁ ନେଇ କଥା ଦାଣ୍ଡରେ ପଡି ହାଟରେ ଗଡିଲାଣି। ହେଲେ ତାହା ସତ ନୁହେଁ ବୋଲି ଦିଶା ସଫେଇ ଦେବା ପରେ ଆଲୋଚନା ନୂଆ ମୋଡ ନେଇଛି। ଗତ କିଛି ବର୍ଷ ଧରି ଏହି ଯୋଡି ଚର୍ଚ୍ଚାରେ ରହିଛନ୍ତି। ଏପରି କଥା ଶୁଣି ଆଉ କେତେ ଦିନ ଅବା ସେ ମୁହଁ ବନ୍ଦ କରି ବସିବେ କହିଲେ ? ଶେଷକୁ ବାଧ୍ୟ ହୋଇ ସଫେଇ ଦେଇଛନ୍ତି। ‘ଆପଣମାନେ ଯାହା ଶୁଣୁଛନ୍ତି ତାହା ସତ ନୁହେଁ। ଟାଇଗରଙ୍କ ସହ ମୋ ନାମକୁ ଯୋଡି ଅନେକ କଥା ଆଲୋଚନା ହେଉଛି। ହେଲେ ଅଯଥା କଥାରେ ମୁଣ୍ଡ ଖେଳାଇବା ଠିକ୍‌ ବୋଲି ମୁଁ ଭାବେନାହିଁ। ତଥାପି କିଛି କହିବାକୁ ବାଧ୍ୟ ହେଉଛି। ଆମ ଭିତରେ କେବଳ ବନ୍ଧୁତା ଅଛି। ତାକୁ ଅନ୍ୟ ଦୃଷ୍ଟିରେ ଦେଖିବା ଆଦୌ ଠିକ୍‌ ନୁହେଁ। ଟାଇଗର ଜଣେ ଭଲ ମଣିଷ। ତାଙ୍କର ଫିଟ୍‌ନେସ ମୋତେ ଅଧିକ ପ୍ରଭାବିତ କରିଛି। କେବଳ ସେତିକି ନୁହେଁ, ତାଙ୍କର ଫିଟ୍‌ନେସ ଟିପ୍ସ ମୋତେ ଫିଟ୍‌ ଆଣ୍ଡ ଫାଇନ୍‌ ରହିବାକୁ କେତେ ସାହାଯ୍ୟ କରିଛି ତାହା ବର୍ଣ୍ଣନା କରିପାରିବି ନାହିଁ ବୋଲି କହିଛନ୍ତି ଦିଶା।’

Share