କେବଳ ନେତା ନୁହେଁ, ଭଲ ଅଭିନେତା ମଧ୍ୟ: ଏହିସବୁ ଫିଲ୍ମରେ ଅଭିନୟ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଫେବ୍ରୁୟାରୀ ୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସେ ଗୁଜରାଟର ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଆପଣ ଜାଣନ୍ତି କି ଟ୍ରମ୍ପ କେବଳ ଜଣେ ନେତା ନୁହଁନ୍ତି, ଭଲ ଅଭିନେତା ମଧ୍ୟ। ସେ ହଲିଉଡ୍‌ର ଅନେକ ଫିଲ୍ମ ଏବଂ ଟିଭି ସିରିଜ୍‌ରେ ନଜର ଆସିସାରିଛନ୍ତି। ୧୯୯୭ରେ ଏକ ଟିଭି ଶୋ’ରେ ଜଣେ ବ୍ୟବସାୟୀ ଭୂମିକାରେ ସେ ନଜର ଆସିଥିଲେ। ୧୯୯୯ରେ ଟିଭି ଶୋ’ ‘ସେକ୍ସ ଆଣ୍ଡ୍‌ ଦ ସିଟି’ର ଦ୍ୱିତୀୟ ସିଜିନରେ ଟ୍ରମ୍ପ ଅଭିନୟ କରିଥିଲେ। ୧୯୯୬ରେ ଆସିଥିବା ଏକ କମେଡି ଫିଲ୍ମ ଦ ଆସୋସିଟରେ ମଧ୍ୟ ସେ ଅଭିନୟ କରିଥିଲେ। ଏହାସହ ସେ ଘୋଷ୍ଟଟ୍ସ କାଣ୍ଟ୍‌ ଦ ଇଟ୍‌, ଆକ୍ରସ ଦ ସି ଅଫ୍‌ ଟାଇମ୍‌, ଏଡି, ସେଲିବ୍ରିଟି, ଜୁଲ୍ୟାଣ୍ଡରରେ ଟ୍ରମ୍ପ ଅଭିନୟ କରିଥିଲେ।

Share