Categories: ଖେଳ

କେପିଏଲ ଫିକ୍ସିଂ ସ୍କାଣ୍ଡାଲ: କେଏସ୍‌ସିଏ ମ୍ୟାନେଜମେଣ୍ଟ କମିଟି ସଦସ୍ୟ ଗିରଫ

ବେଙ୍ଗାଲୁରୁ,୪ା୧୨(ପି.ଟି.): କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ) ଫିକ୍ସିଂ ସ୍କାଣ୍ଡାଲରେ ତଦନ୍ତ କରୁଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) କର୍ନାଟକ ରାଜ୍ୟ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ମ୍ୟାନେଜମେଣ୍ଟ କମିଟି ସଦସ୍ୟ ସୁଧେନ୍ଦ୍ର ଶିନ୍ଦେଙ୍କୁ ବୁଧବାର ଗିରଫ କରିଛି। ଫିକ୍ସିଂ ସ୍କାଣ୍ଡାଲରେ ଜଡ଼ିତ ଥିବା ନେଇ ଶିନ୍ଦେଙ୍କୁ ଦୁଇ ଦିନ ଧରି ପଚରାଉଚରା କରାଯିବା ପରେ ଗିରଫ ହୋଇଛନ୍ତି। ସେ କେପିଏଲ ଦଳ ବେଲଗାଭି ପାନ୍ଥର୍ସର କୋଚ୍‌ ଥିଲେ। ଶିନ୍ଦେ ଓ ଅଲି ଅଶଫାକ ତାରା ଲିଗ୍‌ର କିଛି ମ୍ୟାଚ୍‌ ଫିକ୍ସିଂ କରିଥିଲେ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି। ଶିନ୍ଦେଙ୍କୁ ପୁଣି ପଚାରଉଚରା କରାଯିବ। ଏପର୍ଯ୍ୟନ୍ତ ଏହି ତଦନ୍ତ ପ୍ରକ୍ରିୟାରେ ୯ ଜଣ ଗିରଫ ହୋଇସାରିଛନ୍ତି। ତାରା ପ୍ରଥମେ ଗିରଫ ହୋଇଥିଲେ। କେପିଏଲ ଫ୍ରାଞ୍ଚାଇଜ ବଲାରି ଟସ୍କର୍ସ ଦଳର ବୋଲର ଭାବେଶ ଗୁଲେଚାଙ୍କ ଅଭିଯୋଗ ପରେ ଲିଗ୍‌ରେ ସ୍ପଟ ଫିକ୍ସିଂ ହୋଇଥିବା ଜଣାପଡ଼ିଛି।

 

Share