Categories: ଖେଳ

କେପିଏଲ ଫିକ୍ସିଂ: ଚାର୍ଜ ସିଟି ଦାଖଲ କଲା ସିସିବି

ବେଙ୍ଗାଲୁରୁ,୭।୨(ପି.ଟି.)- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ମ୍ୟାଚ୍‌ ଫିକ୍ସିଂ ଘଟଣାର ତଦନ୍ତ କରୁଥିବା ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) ଶୁକ୍ରବାର ୩ଟି ମାମଲାର ଚାର୍ଜ ଶିଟ୍‌ ଦାଖଲ କରିଛି। ଏ ନେଇ ପୋଲିସର ଅତିରିକ୍ତ କମିଶନର ସନ୍ଦୀପ ପାଟିଲ କହିଛନ୍ତି। କୁବନ ପାର୍କ ପୋଲିସ ଥାନାରେ ୬ ଜଣ ଦୋଷୀଙ୍କ ବିରୋଧରେ ଚାର୍ଜ ଶିଟ ଦାଖଲ ହୋଇଛି। ସେମାନଙ୍କ ମଧ୍ୟରେ ଦୁଇ ଦଳର ମାଲିକ ଅଲି ଅସଫାକ ଥାରା (ବେଲଗାବି ପାନ୍ଥର୍ସ) ଓ ଅରବିନ୍ଦ ରେଡ୍ଡୀ (ବଲାରି ଟସ୍କର୍ସ) ରହିଛନ୍ତି। କର୍ନାଟକ କ୍ରିକେଟ ଆସୋସିଏଶନ ମ୍ୟାନେଜମେଣ୍ଟ କମିଟି ସଦସ୍ୟ ସୁଧିନ୍ଦ୍ରା ଶିନ୍ଦେ, ଦୁଇ ଜଣ କ୍ରିକେଟର ସି.ଏମ. ଗୌଥମ ଓ ଅବରାର କାଜି ଏବଂ ବୁକି ଅମିତ କାଭିଙ୍କ ନାମ ମଧ୍ୟ ରହିଛି। ଜେପି ନଗର ପୋଲିସ ଥାନାରେ ହୁଇସିଲ ବ୍ଲୋୟର ବଲାରି ଟସ୍କର୍ସ ଖେଳାଳି ଭାବେଶ ଗୁଲେଚାଙ୍କ ପକ୍ଷରୁ ଦାୟର ହୋଇଥିବା ଦ୍ୱିତୀୟ ମାମଲର ଚାର୍ଜ ଶିଟ୍‌ରେ ୪ ଜଣ ଡ୍ରମର ଭାବେଶ ବଫନା, ବୁକି ସ୍ୟାମ, ଜତୀନ ସେଠୀ ଓ ହରିଶଙ୍କ ନାମ ରହିଛି। ୩ୟ ମାମଲଟି ଭାରତିନଗର ଥାନାରେ ଦାୟାର କରାଯାଇଥିଲା। କେବଳ ପ୍ରାଥମିକ ତଦନ୍ତ ଅନୁଯାୟୀ ୩ଟି ଚାର୍ଜ ଶିଟ୍‌ରେ ଦାଖଲ କରାଯାଇଛି। ତଦନ୍ତ ପ୍ରକ୍ରିୟା ଜାରି ରହିବ ବୋଲି ପାଟିଲ କହିଛନ୍ତି। ଉଲ୍ଲେଖଥାଉ କି, କେପିଏଲ ସ୍ପଟ ଫିକ୍ସିଂ ସମ୍ପର୍କରେ ଗୁଲେଚା ପ୍ରଥମେ ପୋଲିସରେ ଅଭିଯୋଗ କରିଥିଲେ।

Share