କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବଢିଲା

ନୂଆଦିଲ୍ଲୀ,୧୦-୧୦: କେନ୍ଦ୍ର ସରକାରଙ୍କ ୫୦ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀଙ୍କ ଲାଗି ଖୁସି ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ବସିଥିବା କ୍ୟାବିନେଟ ବୈଠକରେ କେନ୍ଦ୍ର କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା(ଡିଏ)ରେ ୫% ବୃଦ୍ଧି ଘୋଷଣା କରାଯାଇଛି। ସରକାର ଦୀପାବଳି ପୂର୍ବରୁ ଏମାନଙ୍କୁ ଖୁସି ଖବର ଦେବା ସହ ମହଙ୍ଗା ଭତ୍ତାକୁ ୧୨ରୁ ୧୭%କୁ ବଢାଇଛନ୍ତି। ଏହାଦ୍ୱାରା ରାଜକୋଷ ଉପରେ ୧୬,୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ ବୋଲି ଜଣାପଡିଛି। କ୍ୟାବିନେଟ କେନ୍ଦ୍ର କର୍ମଚାରୀଙ୍କ ଡିଏର ଅତିରିକ୍ତ କିସ୍ତି ଏବଂ ପେନସନଭୋଗୀଙ୍କ ଡିଅରନେସ୍‌ ରିଲିଫ(ଡିଆର୍‌) ପ୍ରଦାନକୁ ଅନୁମୋଦନ ଦେଇଥିବା ବେଳେ ଏହା ଚଳିତବର୍ଷ ଜୁଲାଇ ପହିଲାରୁ ଲାଗୁ ହେବ। ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଧ୍ୟାନରେ ରଖି ଏଭଳି ଘୋଷଣା କରାଯାଇଥିବା ସରକାରଙ୍କ ପକ୍ଷରୁ ବିବୃତିରେ କୁହାଯାଇଛି।
୭ ବେତନ ଆୟୋଗଙ୍କ ପ୍ରସ୍ତାବ ଆଧାରରେ ଏଭଳି ନିଷ୍ପତ୍ତି ହୋଇଛି। ଏଭଳି ପଦକ୍ଷେପ ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ଲାଗି ଖୁସି ଖବର ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଚଳିତ ବର୍ଷ ଜାନୁୟାରୀରେ ସରକାର ଡିଏ ଏବଂ ଡିଆର୍‌କୁ ୯%ରୁ ୧୨%କୁ ବଢାଇଥିଲେ। ନୂଆ ନିଷ୍ପତ୍ତି ଦ୍ୱାରା ଡିଏ ଏବଂ ଡିଆର୍‌ ବାବଦ ବୃଦ୍ଧି ଯୋଗୁ ରାଜକୋଷକୁ ବାର୍ଷିକ ୧୫,୯୦୯.୩୫ କୋଟି ଏବଂ ଚଳିତବର୍ଷ ଜୁଲାଇଠାରୁ ଫେବୃୟାରି ଯାଏ ୮ ମାସରେ ୧୦,୬୦୬.୩୫ କୋଟି ଟଙ୍କାର ପ୍ରଭାବ ପଡିବ। ଡିଏ ବୃଦ୍ଧି ନିଷ୍ପତ୍ତି ଯୋଗୁ ସରକାରଙ୍କୁ ବାର୍ଷିକ ପ୍ରାୟ ଅତିରିକ୍ତ ୮,୫୯୦.୨୦ କୋଟି ଏବଂ ଚଳିତ ବର୍ଷ ଜୁଲାଇ ଠାରୁ ୨୦୨୦ ଫେବୃୟାରୀ ଯାଏ ୫,୭୨୬ କୋଟି ଅତିରିକ୍ତ ଖର୍ଚ୍ଚ କରିବାକୁ ପଡିବ। ସେହିଭଳି ପେନସନଭୋଗୀଙ୍କ ଲାଗି ଡିଆର୍‌ରେ ବୃଦ୍ଧି ନିଷ୍ପତ୍ତି ଫଳରେ ବାର୍ଷିକ ଅତିରିକ୍ତ ୭,୩୧୯.୧୫ କୋଟି ଖର୍ଚ୍ଚ କରିବାକୁ ପଡିବ ବୋଲି ଆକଳନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ସରକାର ଏହି ବାଦବକୁ ଅତିରିକ୍ତ ୪,୮୭୦ କୋଟି ଟଙ୍କା ଖର୍ଚ୍ଚ କରିବେ। ସୂଚନାଯୋଗ୍ୟ, କର୍ମଚାରୀଙ୍କ ଏବଂ ପେନସନଭୋଗୀଙ୍କୁ ଦରଦାମ ବୃଦ୍ଧି ଯୋଗୁ ହେଉଥିବା ବେସିକ୍‌ ପେ ଏବଂ ପେନସନର ରିୟଲ ଭାଲ୍ୟୁ ହ୍ରାସକୁ ସୁରକ୍ଷିତ କରିବା ଲାଗି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଥାନ୍ତି। ଏହା ବର୍ଷକୁ ୨ଥର ଯଥା- ଜାନୁୟାରୀ ଏବଂ ଜୁଲାଇ ପହିଲାରେ ପରିବର୍ତ୍ତନ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

୧ ଏପ୍ରିଲରୁ ATM ରୁ ଟଙ୍କା ଉଠାଇବା ହେବ ମହଙ୍ଗା! HDFC ରୁ PNB ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩୧।୩: ୧ ଏପ୍ରିଲ, ୨୦୨୬ ଠାରୁ, HDFC ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏବଂ ବନ୍ଧନ ବ୍ୟାଙ୍କ ସେମାନଙ୍କର ATM ନିୟମରେ ପରିବର୍ତ୍ତନ କରିବେ। ଏଥିରେ ମାଗଣା…

ଆଜି ରାତି ୧୨ଟା ସୁଦ୍ଧା ଶେଷ କରନ୍ତୁ ଏହି ୩ କାମ, ନଚେତ୍‌ ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୩୧।୩: ଆଜି ମାର୍ଚ୍ଚ ୩୧, ୨୦୨୬ ଆର୍ଥିକ ବର୍ଷର ଶେଷ ଦିନ। ଯଦି ଆପଣଙ୍କର ଏକ ବ୍ୟାଙ୍କ ଆକାଉଣ୍ଟ ଅଛି କିମ୍ବା ଆପଣ ଷ୍ଟକ ବଜାରରେ ନିବେଶ…

ହର୍ମୁଜ ଶକ୍ତି ସଙ୍କଟ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ସରକାର: ଏବେ ଗହମ-ଚାଉଳ ସହିତ ମିଳିବ…

ନୂଆଦିଲ୍ଲୀ,୩୦।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପରେ, ଇରାନ ହର୍ମୁଜ ପ୍ରଣାଳୀକୁ ବନ୍ଦ କରିଦେଇଛି। ଏହା ଭାରତ ସମେତ ବିଶ୍ୱକୁ ଶକ୍ତି ଯୋଗାଣକୁ ପ୍ରଭାବିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri