କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଘରେ ସିବିଆଇ ଚଢାଉ

ରାଉରକେଲା ଅଫିସ,୧୨। ୧-କେନ୍ଦ୍ରୀୟ ଅବକାରୀ ବିଭାଗ ଡେପୁଟି କମିଶନର ଆସିକ ଜମାଲଙ୍କ ଘରେ ଶନିବାର ସିବିଆଇ ଚଢାଉ କରିଥିବା ସୂଚନା ମିଳିଛି। ରାଉରକେଲା ସେକ୍ଟର ୬ ସି/ ୮୧ କ୍ୱାର୍ଟର୍ସରେ ଝାଡ଼ଖଣ୍ଡରୁ ଆସିଥିବା ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ଟିମ୍‌ ଚଢାଉ କରି କିଛି କାଗଜପତ୍ର ଜବତ କରିଛନ୍ତି ା ଏନେଇ ଜମାଲଙ୍କୁ ପଚରାଉଚରା କରାଯାଇଥିବା ଖବର ମିଳିଛି। କେଉଁ ମାମଲାରେ ଜମାଲଙ୍କ ଘରେ ଚଢାଉ କରାଗଲା ସେ ନେଇ ସିବିଆଇ ପକ୍ଷରୁୁ କିଛି କୁହାଯାଇନି। ତେବେ ମିଳିଥିବା ସୂଚନାନୁସାରେ ଝାଡ଼ଖଣ୍ଡରେ କୌଣସି ଏକ ଦୁର୍ନୀତି ମାମଲାରେ ଜମାଲଙ୍କ ଘର ଉପରେ ଚଢାଉ କରାଯାଇଥିବା କୁହାଯାଇଛି।