କେନ୍ଦ୍ରୀୟ ଅଧିକାରୀଙ୍କୁ ଡକରା

ଭୁବନେଶ୍ୱର,୧୭।୨(ବ୍ୟୁରୋ): ବିଭିନ୍ନ ସର୍ବଭାରତୀୟ ସେବା (ଏଆଇଏସ୍‌) ଏବଂ ଆଲାଏଡ୍‌ ସେବା ଅଧିକାରୀମାନେ ଯେପରି ଓଡ଼ିଶା ଆସି କାର୍ଯ୍ୟ କରିପାରିବେ, ସେନେଇ ରାଜ୍ୟ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି। ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏଆଇଏସ୍‌ ଏବଂ ଆଲାଏଡ୍‌ ସେବାର ଗ୍ରୁପ୍‌- ଏ ଅଧିକାରୀଙ୍କଠାରୁ ଏ ବାବଦରେ ଆବେଦନ ଆହ୍ବାନ କରାଯାଇଛି। ନିର୍ଦ୍ଦେଶକ ତଥା ଏହାଠାରୁ ନିମ୍ନ ପାହ୍ୟାର ଅଧିକାରୀମାନେ ଆସି ରାଜ୍ୟରେ ସର୍ବନିମ୍ନ ୩ କିମ୍ବା ୫ ବର୍ଷ କାର୍ଯ୍ୟ କରିପାରିବେ ବୋଲି ଜଣାପଡ଼ିଛି। ହେଲେ ରାଜ୍ୟକୁ ଡେପୁଟେଶନରେ ଆସିବା ପୂର୍ବରୁ ଏହି ଅଧିକାରୀମାନେ କେନ୍ଦ୍ରର ଅନୁମତି ନେବାର ଆବଶ୍ୟକତା ରହିଥିବା ଜଣାପଡ଼ିଛି।