କେନ୍ଦ୍ରାପଡ଼ା: ୩୬୯୮ରୁ ୧୫୭୫ ବୁଥ୍‌ ଉତ୍ତେଜନାପ୍ରବଣ

କେନ୍ଦ୍ରାପଡ଼ା ଅଫିସ, ୩ା୨: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲାର ରାକକନିକା ବ୍ଲକ ଅଞ୍ଚଳରେ ସର୍ବାଧିକ ୪୮୪ ବୁଥ୍‌ ରହିଛି। ଏଠାରେ ମାତ୍ର ୯୬ଟି ବୁଥ୍‌ ଉତ୍ତେଜନାପ୍ରବଣ। ଏହାପରେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ୪୧୨ ବୁଥ୍‌ରୁ ୭୧ ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଥିବାରୁ ଦ୍ୱିତୀୟ ସ୍ଥାନରେ ଅଛି। ଜିଲାରେ ମୋଟ ୩୬୯୮ ବୁଥ୍‌ ମଧ୍ୟରୁ ପ୍ରାୟ ୪୩ ପ୍ରତିଶତ ଅର୍ଥାତ୍‌ ୧୫୭୫ଟି ବୁଥ୍‌ ଉତ୍ତେଜନାପ୍ରବଣ ଥିବା ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କୁ ସୂଚନା ଦିଆଯାଇଛି।

ଜିଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମୋଟ ୪୭୪ ବୁଥ୍‌ ମଧ୍ୟରୁ ୨୬୦ଟି ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ ହୋଇଛି। ଯାହାକି ଜିଲାରେ ସର୍ବାଧିକ ବୁଥ୍‌ ଉତ୍ତେଜନାପ୍ରବଣ ବୋଲି ଜିଲା ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି। ତଥ୍ୟ ଅନୁଯାୟୀ, ଡେରାବିଶ ବ୍ଲକ ଅଞ୍ଚଳରେ ଥିବା ୩୯୦ ବୁଥ୍‌ରୁ ୧୯୧, ଆଳିର ୪୯୦ରୁ ୧୯୪, ମାର୍ଶାଘାଇର ୩୬୬ରୁ ୧୬୧, ପଟ୍ଟାମୁଣ୍ଡାଇର ୪୨୨ରୁ ୧୬୫, ରାଜନଗର ୩୬୩ରୁ ୨୦୧ ଓ ଗରଦପୁର ବ୍ଲକ ଅଞ୍ଚଳରେ ଥିବା ୨୮୦ରୁ ୨୩୬ଟି ଉତ୍ତେଜନାପ୍ରବଣ ବୁଥ୍‌ ବୋଲି ଚିହ୍ନଟ ହୋଇଥିବା ଜିଲା ପଞ୍ଚାୟତ ଅଧିକାରୀ ସନ୍ତୋଷ କୁମାର ସାହୁ ବୁଧବାର ସୂଚନା ଦେଇଛନ୍ତି।

ଏ ସମ୍ପର୍କରେ ମହାକାଳପଡ଼ାର ସୁନୀଲ କୁମାର ଗନ୍ତାୟତ, ହରେକୃଷ୍ଣ ପାତ୍ର, କେନ୍ଦ୍ରାପଡ଼ାର ନିରଞ୍ଜନ ପରିଡା ପ୍ରମୁଖ କହିଛନ୍ତି, ନିର୍ବାଚନ ସମୟରେ ହିଂସାତ୍ମକ କାର୍ଯ୍ୟ ସର୍ବଦା ବର୍ଜନୀୟ। ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହା ବାଧକ ସାଜୁଛି। ଚଳିତ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ରାଜନୈତିକ ଆକ୍ରୋଶ ମାମଲା ଦିନକୁଦିନ ବଢ଼ି ଚାଲିଛି। ଆଳି ବ୍ଲକ ଅଞ୍ଚଳରେ ଜଣେ ସରପଞ୍ଚଙ୍କ ଘର ପୋଡି ଦିଆଯାଇଥିବା ନେଇ ଥାନାରେ ମାମଲା ହୋଇଛି। ସେହିପରି ମହାକାଳପଡ଼ା, ମାର୍ଶାଘାଇ, ଗରଦପୁର ବ୍ଲକ ଅଞ୍ଚଳରେ ଏପରି ଘଟଣାକୁ ନେଇ ୪ଟି ମାମଲା ଥାନାରେ ପଞ୍ଜୀକୃତ ହୋଇଛି। ଜିଲାର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳକୁ ଛାଡି ଦେଲେ ଅନ୍ୟ ବ୍ଲକ ଅଞ୍ଚଳରେ ରାଜନୈତିକ ଆକ୍ରୋଶ ବଢ଼ିବାରେ ଲାଗିଛି। ବିଶେଷକରି ଉପାନ୍ତ ଅଞ୍ଚଳରେ ନିର୍ବାଚନୀ ପ୍ରତିହିଂସା ଘଟଣା ପ୍ରତିଦିନ ବଢୁଛି। ଏହାର କାରଣ ହେଉଛି, ଦୀର୍ଘଦିନ ଧରି ସ୍ଥାନୀୟ ସମସ୍ୟା ସମାଧାନ ହେଉନାହିଁ। ପାନୀୟ ଜଳ, ଗ୍ରାମ୍ୟ ରାସ୍ତା ନିର୍ମାଣ ସାମୂହିକ ହୋଇଥିବା ବେଳେ ରାଶନ କାର୍ଡ, ଭତ୍ତା, ଆବାସ ଯୋଜନାକୁ ନେଇ ପ୍ରାର୍ଥୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହା ଦଳୀୟ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କୁ ସୁହାଉଛି। ଏହାବ୍ୟତୀତ ଖରସ୍ରୋତା ପାଣି ବିବାଦ ଆଳି ଓ ରାଜକନିକା ବ୍ଲକ ଅଞ୍ଚଳରେ ପ୍ରମୁଖ ମତଭେଦର କାରଣ ହୋଇଛି। ମହାକାଳପଡ଼ାରେ ଅନୁପ୍ରବେଶ ସମସ୍ୟା ଏହାକୁ ଅଧିକ ହିଂସାପ୍ରବଣ କରୁଛି। ସ୍ଥାନୀୟ ଅଞ୍ଚଳର ଲୋକେ ଗୁଜବଠାରୁ ଦୂରେଇ ରହିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳ ଅମୃତ ଋତୁରାଜ କହିଛନ୍ତି, ଉତ୍ତେଜନାପ୍ରବଣ ବୁଥ୍‌ ଚିହ୍ନଟ ପରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବୁଥ୍‌ରେ ସିସିଟିଭି ଲଗାଇବା, ଉତ୍ତେଜନାପ୍ରବଣ ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ ସହିତ ଜିଲା ପୋଲିସ ପକ୍ଷରୁ ମୋବାଇଲ ଟିମ୍‌ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟିମ୍‌ରେ ୪ ଚକିଆ ଯାନ ସହିତ ବାଇକ୍‌ ନିୟୋଜିତ ହେବ। ପ୍ରତ୍ୟେକ ଟିମ୍‌ ପାଇଁ ସିୟୁଜି ନମ୍ବର ସହିତ ହ୍ବାଟ୍‌ସଆପ ଗ୍ରୁପ ଗଠନ ହୋଇଛି। ହିଂସାତ୍ମକ କାର୍ଯ୍ୟ ରୋକିବାକୁ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ। କୌଣସି ସ୍ଥାନରେ ଏପରି ଘଟଣା ନଜରକୁ ଆସିଲେ ସ୍ଥାନୀୟ ପୋଲିସ ଅଥବା ଜିଲା ପ୍ରଶାସନର ଅଧିକାରୀଙ୍କୁ ଜଣାଇଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲାପାଳ ଋତୁରାଜ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri