କେନ୍ଦ୍ରାପଡ଼ାରେ ୫୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ୧୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା ଅଫିସ,୧ା୬: କେନ୍ଦ୍ରାପଡ଼ା ଜିଲାରେ ସୋମବାର ୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଚିହ୍ନଟ ଆକ୍ରାନ୍ତଙ୍କୁ ଛତାସ୍ଥିତ କୋଭିଡ୍‌ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଜିଲାପାଳ କହିଛନ୍ତି ଯେ, ନୂତନ ଚିହ୍ନଟଙ୍କ ମଧ୍ୟରେ ଗୁଜରାଟରୁ ୩୬ଜଣ, ଚେନ୍ନାଇରୁ ଜଣେ, ଦିଲୀରୁ ୩ ଜଣ, ମୁମ୍ବାଇରୁ ୮ ଜଣ, ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ କିଛିଦିନ ପୂର୍ବେ ଆସିଥିଲେ। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ନୂତନ ଚିହ୍ନଟଙ୍କ ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ଅଦ୍ୟାବଧି ୫୭ ଜଣ ସୁସ୍ଥ ହୋଇଛନ୍ତି।