କେନ୍ଦ୍ରାପଡ଼ାରେ ସିଏଏ, ଏନ୍‌ଆର୍‌ସିକୁ ବିରୋଧ: ଶୋଭାଯାତ୍ରା ପାଇଁ ଅନୁମତି ନ ଦେବାରୁ ଉତ୍ତେଜନା

କେନ୍ଦ୍ରାପଡ଼ା ଅଫିସ,୨୧।୧୨: କେନ୍ଦ୍ରାପଡ଼ା ଜିଲାର ମୁସଲମାନ ଓ ଦଳିତ ମହାସଂଘ ପକ୍ଷରୁ ସିଏଏ ଓ ଏନ୍‌ଆର୍‌ସିକୁ ଶନିବାର ବିରୋଧ କରାଯାଇଛି। ସକାଳେ ସହରର ନୂଆ ଇଦ୍‌ଗାହ ପଡିଆଠାରୁ ୫ ହଜାରରୁ ଊର୍ଦ୍ଧ୍ୱ ଲୋକେ ନୀରବ ଶୋଭାଯାତ୍ରାରେ ବାହାରିଥିଲେ। ମାତ୍ର ସହର ମଧ୍ୟରେ ଶୋଭାଯାତ୍ରା ପାଇଁ ଅନୁମତି ନ ଥିବାରୁ ଜିଲା ପୋଲିସ ପ୍ରଶାସନ ଇଦ୍‌ଗାହ ପଡ଼ିଆଠାରେ ସେମାନଙ୍କୁ ଅଟକାଇଛନ୍ତି। ଏ ନେଇ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଛି। ଶୋଭାଯାତ୍ରାକାରୀ ନିକଟସ୍ଥ ରାସ୍ତାରେ ଧାରଣାରେ ବସିଛନ୍ତି। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।