କେନ୍ଦ୍ରାପଡ଼ାରେ ଗୁଳିକାଣ୍ଡ: ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା ଅଫିସ,୧୮।୯: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଣିକୁଣ୍ଡ ଛକରେ ଘଟିଥିବା ଗୁଳିକାଣ୍ଡରେ ବୁଧବାର ସକାଳେ ଜଣେ ଯୁବ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ମାଣିତ୍ରୀ ଗ୍ରାମର ଉମେଶ ଚନ୍ଦ୍ର ସାହୁଙ୍କ ପୁଅ ଗଗନ ବିହାରୀ (୨୮)।
ସୂଚନାଯୋଗ୍ୟ, ଗଗନ ମାଣିତ୍ରୀରୁ କେନ୍ଦ୍ରାପଡ଼ା ଯାଉଥିବା ବେଳେ ୨ ଦୁର୍ବୃତ୍ତ ଏକ ମୋଟରସାଇକେଲରେ ଆସି ତାଙ୍କୁ ଗୁଳିକରି ଚାଲିଯାଇଥିଲେ। ଗଗନଙ୍କ ମୁଣ୍ଡ, କାନମୂଳ ଓ ହାତରେ ୩ଟି ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଜିଲା ଚିକିତ୍ସାଳୟ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଏହି ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।