Posted inଜାତୀୟ

କେନ୍ଦ୍ରରେ ସରକାର ଗଢ଼ିବ ଭାଜପା: ନିଜ ଟୁଇଟର୍‌ ପୃଷ୍ଠାରୁ ‘ଚୌକିଦାର’ ଶବ୍ଦ ହଟାଇଲେ ମୋଦି

ନୂଆଦିଲ୍ଲୀ,୨୩।୫: ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ବୃହତ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନିର୍ବାଚନ ରଣନୀତି ଯୋଗୁ ଭାଜପା ୩ଶହରୁ ଊର୍ଦ୍ଧ୍ୱ ଲୋକ ସଭା ଆସନରେ ବିଜୟୀ ହୋଇ ସରକାର ଗଢ଼ିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଚୌକିଦାର ମନ୍ତବ୍ୟ ଓ ରାଫେଲ ଦୁର୍ନୀତି ଆଦି ସ୍ଲୋଗାନ ବିଫଳ ହୋଇଥିବାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ବାରାଣସୀରୁ ମୋଦି ବିଜୟୀ ହୋଇଥିବା ବେଳେ ଗୁଜରାଟ ଗାନ୍ଧୀନଗର ଆସନରୁ ବିପୁଳ ଭୋଟରେ ବିଜୟ ଲାଭ କରିଛନ୍ତି ଶାହ। ଏହା ପରେ ମୋଦି ଭାରତର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବା ସହ ନିଜ ଟୁଇଟର ଆକାଉଣ୍ଟରୁ ‘ଚୌକିଦାର’ ଶବ୍ଦ ହଟାଇଛନ୍ତି। ରାହୁଲଙ୍କ ‘ଚୌକିଦାର ଚୋର ହେ’ ଆକ୍ଷେପ ପରେ ମୋଦି ତାଙ୍କ ନାମ ପୂର୍ବରୁ ଚୌକିଦାର ଶବ୍ଦ ଯୋଡ଼ିଥିଲେ। ଧିରେ ଧିରେ ଏହା ଟ୍ରେଣ୍ଡ ପାଲଟିବା ସହ ଜଣଙ୍କ ପରେ ଜଣେ ଭାଜପା କର୍ମୀ ଓ ସମର୍ଥକ ମଧ୍ୟ ଏଭଳି କରିବା ଦେଖାଯାଇଥିଲା। ଏବେ ମୋଦି ଜିତିବା ପରେ ନିଜ ନାମ ଆଗରୁ ଏହି ଟ୍ୟାଗ୍‌କୁ ହଟାଇଛନ୍ତି। ସମସ୍ତେ ମିଳିତ ହୋଇ ଦେଶର ଅଗ୍ରଗତି ନିମନ୍ତେ କାମ କରିବାକୁ ସେ ଅନୁରୋଧ କରିଛନ୍ତି। ଏଥି ସହ ସମସ୍ତ ଭାଜପା କର୍ମୀ ଓ ସମର୍ଥକଙ୍କୁ ମଧ୍ୟ ସମାନ ଭାବେ ଏହି ଟ୍ୟାଗ୍‌କୁ ହଟାଇବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri