Categories: ଗଞ୍ଜାମ

କେନ୍ଦ୍ରରେ ବିକ୍ରି ହେବ ମାଛ ଖାଦ୍ୟ, ଔଷଧ

ଭଞ୍ଜନଗର,୧୪।୯(ଡି.ଏନ.ଏ)-ନବ ନିଯୁକ୍ତ ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଅଧ୍ୟକ୍ଷ ଅସିତ ପଟ୍ଟନାୟକ ଶୁକ୍ରବାର ଭଞ୍ଜନଗର ମତ୍ସ୍ୟ ଯାଅଁ।ଳ ଉତ୍ପାଦନ କେନ୍ଦ୍ର ପରିଦର୍ଶନରେ ଆସିଥିଲେ। କେନ୍ଦ୍ରର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ। ନିଗମ ଅଧୀନରେ ଥିବା ରାଜ୍ୟର ଯାଅଁ।ଳ ଉତ୍ପାଦନ କେନ୍ଦ୍ର ଗୁଡ଼ିକର ବିକାଶ ସହ ଲାଭ ପରିମାଣ କିଭଳି ବୃଦ୍ଧି ପାଇବ ସେନେଇ ଯୋଜନା କରାଯିବ। ଭଞ୍ଜନଗର ଯାଅଁ।ଳ କେନ୍ଦ୍ରର ବିକାଶ ପାଇଁ ଆସିଥିବା ୮୪ ଲକ୍ଷ ଟଙ୍କା ତୁରନ୍ତ କିଭଳି ବିନିଯୋଗ କରାଯିବ ସେନେଇ ପଦକ୍ଷେପ ନିଆଯାଉଛି। ଯାଅଁ।ଳ କେନ୍ଦ୍ର ପରିସରରେ ଚାଷୀଙ୍କ ପାଇଁ ରହିବା ଓ ପାଣି ବ୍ୟବସ୍ଥା କରାଯିବ। କର୍ମଚାରୀମାନଙ୍କ ସମସ୍ୟା ସମାଧାନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯିବ। ଭଞ୍ଜନଗର ଅଞ୍ଚଳରେ ମାଛ ଖାଦ୍ୟ ଏବଂ ଔଷଧ ଠିକ୍‌ ଭାବେ ମିଳୁନାହିଁ। ତେଣୁ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି। ଯାଅଁାଳ କେନ୍ଦ୍ର ପରିସରରେ ଆଗାମୀ ଦିନରେ ଖାଦ୍ୟ ଓ ଔଷଧ ନିଗମ ପକ୍ଷରୁ ବିକ୍ରି କରିବା ବ୍ୟବସ୍ଥା କରାଯିବ। ଭଞ୍ଜନଗର ଯାଅଁାଳ କେନ୍ଦ୍ର ପକ୍ଷରୁ ଚଳିତବର୍ଷ ୩ କୋଟି ୬୦ ଲକ୍ଷ ଯାଅଁାଳ ବିକ୍ରି ଯୋଜନା ଅଛି। ଶୁକ୍ରବାର ସୁଦ୍ଧା ୧ କୋଟି ୭୪ ଲକ୍ଷ ଉନ୍ନତମାନର ଯାଅଁାଳ ବିକ୍ରି ହୋଇଛି। ଚଳିତ ବର୍ଷ ଲକ୍ଷ୍ୟ ଅନୁସାରେ ଯାଅଁାଳ ବିକ୍ରି ହେବ। ଭଞ୍ଜନଗର ଯାଅଁାଳ କେନ୍ଦ୍ର ଲାଭରେ ଚାଲୁଥିବା ବେଳେ ଆଗାମୀ ଦିନରେ ଲାଭ ପରିମାଣ ଆହୁରି କିଭଳି ଅଧିକ ହେବ ସେନେଇ ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ବଢ଼ାଯିବ। ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଅଧ୍ୟକ୍ଷ ପଟ୍ଟନାୟକ ଧରିତ୍ରୀ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ପ୍ରକାଶ କରିଛନ୍ତି। ଅଧ୍ୟକ୍ଷଙ୍କ ଗସ୍ତ ସମୟରେ ଭଞ୍ଜନଗର ଯାଅଁାଳ କେନ୍ଦ୍ରର ପରିଚାଳକ ସରିଫ୍‌ ଅହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟଯେ ଭଞ୍ଜନଗର କେନ୍ଦ୍ରଟି ବହୁ ବର୍ଷ ହେବ ଲାଭରେ ଚାଲିଛି। ଏଠାରୁ ରାଜ୍ୟର ବିଭିନ୍ନ ଜିଲାକୁ ଯାଅଁାଳ ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଓଡ଼ିଶାର ଅଧିକାଶଂ ଜିଲାକୁ ଯାଅଁାଳ ପଠାଇବା ଯୋଜନା ଅଛି।