କେନ୍ଦୁପତ୍ର କେରି ଦାମ୍‌ ବଢ଼ାଇଲେ ସରକାର: ଉପକୃତ ହେବେ ୮ ଲକ୍ଷ ୩୫ ହଜାର ବନ୍ଧାଳି, ତୋଳାଳି

ଭୁବନେଶ୍ୱର,୩୧। ୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ଆର୍ଥିକ ଦୁଃସ୍ଥିତିରେ ଥିବା କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଏବଂ ସାମୟିକ କର୍ମଚାରୀଙ୍କୁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ। ରାଜ୍ୟରେ କାର୍ଯ୍ୟରତ ୮ ଲକ୍ଷ ୩୫ ହଜାର କେନ୍ଦୁପତ୍ର ତୋଳାଳି, ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କ ପାଇଁ ୮୭.୫୦କୋଟି ଟଙ୍କାର ଆଥିର୍କ ସହାୟତାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସେଥିରେ ପ୍ରାୟ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି, ୧୭,୫୦୦ ବନ୍ଧାଳି ଏବଂ ୧୭,୫୦୦ ସାମୟିକ କର୍ମଚାରୀ ଉପକୃତ ହେବେ। ସେମାନଙ୍କ ମଧ୍ୟରେ ଥିବା ଅଧିକାଂଶ ମହିଳା ଏବଂ ଅତ୍ୟନ୍ତ ଗରିବ ଶ୍ରେଣୀର କର୍ମଚାରୀଙ୍କୁ ଏହି ଆର୍ଥିକ ସହାୟତା ମିଳିବ।

ସରକାର କେନ୍ଦୁପତ୍ର ତୋଳାଳିଙ୍କ ପାଇଁ କେନ୍ଦୁପତ୍ର କ୍ରୟ ମୂଲ୍ୟକୁ ଶତକଡ଼ା ୨୦ ଭାଗ ବୃଦ୍ଧି କରିଛନ୍ତି। ୨୦୨୦ରେ ପ୍ରୋସେସ୍‌ ଅଞ୍ଚଳ ପାଇଁ ଏକ କେରି (୨୦ଟି) ପତ୍ରର ମୂଲ୍ୟ ୧ ଟଙ୍କାରୁ ୧ ଟଙ୍କା ୨୦ ପଇସାକୁ ବୃଦ୍ଧି କରାଯାଇଥିବାବେଳେ ଫାଇ ଅଞ୍ଚଳରେ ଏକ କେରି (୪୦ଟି ପତ୍ର)ର ମୂଲ୍ୟ ୨ ଟଙ୍କାରୁ ୨ଟଙ୍କା ୪୦ ପଇସାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ପ୍ରାୟ ୩୨ କୋଟି ଟଙ୍କା ଅଧିକ ପାଇବେ। ଏହା ଛଡା ୨୦୧୯ରେ ୭ ଲକ୍ଷ ୮୯ ହଜାର କେନ୍ଦୁପତ୍ର ତୋଳାଳି କେନ୍ଦୁପତ୍ର କିଣା ଉପରେ ଶତକଡା ୨୫ ଭାଗ ବୋନସ ପାଇବେ। ଏହାର ମୂଲ୍ୟ ପ୍ରାୟ ୨୭ କୋଟି ୧୫ ଲକ୍ଷ ଟଙ୍କା ହେବ। ସେହିପରି ୧୭,୩୪୫ କେନ୍ଦୁପତ୍ର ବନ୍ଧାଳିଙ୍କୁ ସେମାନଙ୍କ ମଜୁରିର ଶତକଡା ୫ ଭାଗ ଅତିରିକ୍ତ ପ୍ରୋତ୍ସାହନ ରାଶି ଦିଆଯିବ, ଯାହାର ମୂଲ୍ୟ ୧ କୋଟି ୨୬ ଲକ୍ଷ ଟଙ୍କା। ୧୭ ହଜାର ୪୪୪ ସାମୟିକ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ପ୍ରାପ୍ୟ ମୂଲ୍ୟର ଶତକଡା ୫ ଭାଗ ହାରରେ ୨ କୋଟି ୮୨ ଲକ୍ଷ ଟଙ୍କାର ପ୍ରୋତ୍ସାହନ ମିଳିବ। ପ୍ରତ୍ୟେକ ତୋଳାଳିଙ୍କୁ ପାଣିବୋତଲ କିଣିବା ପାଇଁ ୨ ଶହ ଟଙ୍କା ଦିଆଯିବ। ଏହି ବାବଦରେ ୧୫ କୋଟି ୭୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ହିତାଧିକାରୀଙ୍କୁ ବ୍ୟାଙ୍କ ଜରିଆରେ ଜମାଖାତାରେ ଟଙ୍କା ପଇଠ କରାଯିବ। ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ଏବଂ ଏପ୍ରିଲରେ ରାଜ୍ୟରେ କେନ୍ଦୁପତ୍ର କାର୍ଯ୍ୟକ୍ରମ ଯୋଗୁ ୧୦ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇପାରିଛି। ସାମୟିକ କେନ୍ଦୁପତ୍ର କର୍ମଚାରୀଙ୍କ ଗ୍ରାଚ୍ୟୁଟିକୁ ଛାଡି ସେମାନଙ୍କ ଇପିଏଫ୍‌ ଦେୟ ବାବଦରେ ଅଧିକ ୮ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri