କେନ୍ଦୁଝର ଡେଲି ମାର୍କେଟରେ ବ୍ୟବସାୟୀ ମାନୁନାହାନ୍ତି ସାମାଜିକ ଦୂରତ୍ୱ

କେନ୍ଦୁଝର,୧୫।୬(ସ୍ବ.ପ୍ର.) କେନ୍ଦୁଝର ଡେଲି ମାର୍କେଟରେ ବ୍ୟବସାୟୀ ମାନୁନାହାନ୍ତି ସାମାଜିକ ଦୂରତ୍ୱ ନିୟମ। ଚାଷୀ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ନେଇ ବଜାରକୁ ଆସିଲେ ବ୍ୟବସାୟୀ ସେମାନଙ୍କୁ ଘେରିଯାଇ ସାମଗ୍ରୀ ଛଡାଉଥିବା ଅଭିଯୋଗ ହେଉଛି। ସାମାଜିକ ଦୂରତ୍ୱ ପାଳନ ନ କରି ସାମଗ୍ରୀ କିଣିବା ସମୟରେ ଚଢ଼ାଚଢ଼ି ହେଉଛନ୍ତି। ଫଳରେ ଏହାକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହେଉଛି। ବ୍ୟବସାୟୀମାନେ ଚାଷୀଙ୍କ ସରଳତାର ସୁଯୋଗ ନେଇ ସେମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଏଣୁ ଚାଷୀଙ୍କୁ ସୁରକ୍ଷା ଦେବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।