କେନ୍ଦୁଝର ଜିଲା ପାଇଁ ଭାଜପା କ’ଣ କରିଛି: ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୭।୪(ସ୍ବ.ପ୍ର.): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କେନ୍ଦୁଝର ଜିଲା ସଦର ନିିର୍ବାଚମଣ୍ଡଳୀ ଗସ୍ତ କରି ନିର୍ବାଚନୀ ପ୍ରଚାର କରିଛନ୍ତି।
ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁରଠାରେ ଏକ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଯେ, ଭାଜପା ଦଳ ଦେଶକୁ ଅଧିକ ଗରିବ କରିଦେଇଛି। ଦର ଦାମ ବୃଦ୍ଧି , ତେଲ, ଗ୍ୟାସ ଦର ବୃଦ୍ଧି ଯୋଗୁ ଗରିବ ଲୋକ ଅସୁବିଧା ଭୋଗୁଛନ୍ତି। ଜିଲା ପାଇଁ ଭାଜପା କ’ଣ କରିଛି ପଚାରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ପରେ ବିପର୍ଯ୍ୟସ୍ତ ଏନ୍‌ଏଚ, କାଳିଆ ଯୋଜନା ସମ୍ପର୍କରେ ସେ ଆଲୋଚନା କରିଥିଲେ।
ସଦର ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର ଓ ଏମ୍‌ପି ପ୍ରାର୍ଥତ୍ନୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ଦଳୀୟ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଛନ୍ତି। ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର ସଭା ପରିଚାଳନା କରିଥିବା ବେଳେ ବହୁ ସମର୍ଥକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।