କେନ୍ଦୁଝର ଜିଲା ଚିଠି: ରାସ୍ତାଘାଟ ପାଲଟିଛି ମୃତ୍ୟୁପଥ ; ପ୍ରତିବର୍ଷ ୨୫୦ ଜଣଙ୍କ ମୃତ୍ୟୁ ଘଟୁଛି

କେନ୍ଦୁଝର ଜିଲାରେ ମୂଲ୍ୟବାନ ଖଣିଜ ସମ୍ପଦ ଭରି ରହିଛି। ସେଥିପାଇଁ ଏହି ଜିଲାକୁ ଧନଶାଳୀ ଜିଲା ଭାବେ ମାନ୍ୟତା ମିଳିଛି। ଏହା ପରେ ବି ଜିଲାର ବିଭିନ୍ନ ରାସ୍ତାଘାଟ ମୃତ୍ୟୁପଥ ପାଲଟିଛି। ଅର୍ଥର ଅଭାବ ନ ଥିଲେ ହେଁ ଭଙ୍ଗାଦଦରା ଅବସ୍ଥାରେ ଥିବା ଏହି ରାସ୍ତା ଦୁର୍ଘଟଣାର କାରଣ ସାଜିଛି। ପ୍ରତିବର୍ଷ ଦୁର୍ଘଟଣାରେ ପ୍ରାୟ ୨୫୦ ଜଣ ଲୋକଙ୍କ ମୃତ୍ୟୁ ଘଟୁଥିବା ବେଳେ ବହୁ ଲୋକ ଆହତ ହୋଇ ଭିନ୍ନକ୍ଷମ ଜୀବନ କାଟୁଛନ୍ତି। ଯାହାକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ ପରେ ଦୁର୍ଘଟଣା ରୋକିବା ସହ ଧନଜୀବନର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ସହ ହେଲ୍‌ମେଟ ଚେକିଂ ଓ ଦ୍ରୁତଗତିରେ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ଦୁର୍ଘଟଣାର ମୁଖ୍ୟ କାରଣ ସାଜିଥିବା ଭଙ୍ଗାଦଦରା ରାସ୍ତାର ମରାମତି ବା ପୁନଃ ନିର୍ମାଣ କରାଯାଉନାହିଁ। ଯାହା ଜିଲାର ପ୍ରଗତିରେ ବାଧକ ସାଜିଥିବା ଅଭିଯୋଗ ହୋଇଛି। ଜିଲାର ପ୍ରମୁଖ ରାସ୍ତା ମଧ୍ୟରୁ ପାଣିକୋଇଲି-ରିମୁଳି ୨୦ ନଂ.ଜାତୀୟ ରାଜପଥ, ରିମୁଳି-କୋଇଡା ୫୨୦ନଂ.ଜାତୀୟ ରାଜପଥ, କଲିକତା-ମୁମ୍ବାଇ ୪୯ନଂ. ଜାତୀୟ ରାଜପଥ ଅନ୍ୟତମ। ଏଥିସହ ପଳାଶପଙ୍ଗା-ବାମେବାରୀ, ଭଦ୍ରାସାହି-ନାଲଦା, ବାମେବାରୀ-ଯୋଡା ଆଦି ରାସ୍ତା ଖଣିଖାଦାନକୁ ସଂଯୋଗ କରିଛି। କେନ୍ଦୁଝରରୁ ପାରାଦୀପକୁ ସଂଯୋଗ କରୁଥିବା ନରଣପୁର-ଡୁବୁରି ରାସ୍ତା ଏକ ବ୍ୟସ୍ତବହୁଳ ରାସ୍ତା ବୋଲି ବିବେଚନା କରାଯାଉଛି। ଏହି ସବୁ ରାସ୍ତାରେ ପ୍ରତିଦିନ ଶତାଧିକ ଖଣିଜପଥର ବୋଝେଇ ଟ୍ରକ, ଟ୍ରଲର ଓ ମାଲବାହୀ ଯାନବାହନ ଚଳାଚଳ କରୁଛି। ତଥାପି ଉପରୋକ୍ତ ରାସ୍ତା ମରାମତି କରାଯାଉ ନାହିଁ। ଆଶ୍ଚର୍ଯ୍ୟର କଥା ୨୦ନଂ. ଜାତୀୟ ରାଜପଥ ମରାମତି କରା ନ ଯାଇ ବିଭିନ୍ନ ସ୍ଥାନରେ ଟୋଲ ଆଦାୟ କରାଯାଉଛି। ସେହିପରି ଦୀର୍ଘବର୍ଷ ହେଲା ଯୋଡା ଓ ବଡବିଲ ଖଣି ଅଞ୍ଚଳକୁ ସଂଯୋଗ କରୁଥିବା ୫୨୦ନଂ.ଜାତୀୟ ରାଜପଥ କାମ ଶେଷ ହୋଇପାରୁନାହିଁ। ଫଳରେ ଟ୍ରାଫିକ ଅବ୍ୟବସ୍ଥା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବାଇପାସ ନିର୍ମାଣ ହୋଇପାରୁ ନ ଥିବାରୁ ଖଣିଖାଦାନ ବହୁଳ ଭଦ୍ରାସାହି-ବଡବିଲ-ନାଲଦା ରାସ୍ତା ଶୋଚନୀୟ ହୋଇପଡିଛି। ବଡବିଲ-ବଲାଣୀ-କିରିବୁରୁ ରାସ୍ତା ଏବଂ ରଣାଶାଳ ଘାଟି-ଜୁରୁଡି-ବାମେବାରୀ ଏବଂ ବାମେବାରୀ-ପଳାଶପଙ୍ଗା କିଡକୋ ରାସ୍ତା, ଦୁବୁନା-କାଳିମାଟି, ଶୁଆକାଟି-ଫୁଲଝର-ଜଗଦଳା (ଦୁବୁନା) ଆଦି ଖଣି ପ୍ରଭାବିତ ଅଞ୍ଚଳ ରାସ୍ତା ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି। ରାସ୍ତା ନିର୍ମାଣ ଓ ମରାମତି ବାବଦରେ ବିଭାଗ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିବା କହୁଛି। ହେଲେ କାମର ମାନ ଠିକ୍‌ ରହୁ ନ ଥିବାରୁ ସ୍ଥିତି ଯଥା ପୂର୍ବଂ ତଥା ପରହେଉଛି। ଏଣେ କେନ୍ଦୁଝର ଜିଲା ଦେଇ ଯାଇଥିବା କଲିକତା-ମୁମ୍ବାଇ ୪୯ ନଂ.ଜାତୀୟ ରାଜପଥ କାମ ଚାଲିଥିବାରୁ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଉପୁଜୁଛି।

– ନରେଶ ଚନ୍ଦ୍ର ପଟ୍ଟନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri