କେନ୍ଦୁଝର-ଚମ୍ପୁଆ ବସ ମାଲିକ ସଂଘ ବିବାଦ ଘନଉଛି : ହୀନସ୍ତା ଭୋଗ କରୁଛନ୍ତି ଯାତ୍ରୀ

କେନ୍ଦୁଝର,୧୦ା୬(ସ୍ବ.ପ୍ର.) : କେନ୍ଦୁଝର ଓ ଚମ୍ପୁଆ ବସ ମାଲିକ ସଂଘ ବିବାଦ ଘନେଇବାରେ ଲାଗିଛି। ଏହି ବିବାଦ ଯୋଗୁ ଯାତ୍ରୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଧା ରାସ୍ତାରେ ଉଭୟ ସଂଘର କର୍ମକର୍ତ୍ତା ଓ କର୍ମଚାରୀମାନେ ସଦର ବ୍ଲକ ପଳାଶପଙ୍ଗା ଓ ଝୁମ୍ପୁରାରେ ଯାତ୍ରୀମାନଙ୍କୁ ଓହ୍ଲାଇ ଦେଉଥିବାରୁ ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବାରେ ବହୁ ଅସୁବିଧା ଭୋଗୁଛନ୍ତି। ଫଳରେ ବିବାଦ ଘନୀଭୂତ ହେବାରେ ଲାଗିଛି। ତୁରନ୍ତ ସମାଧାନ କରିବା ପାଇଁ ଆରଟିଓଙ୍କୁ କୁହାଯାଇଛି ବୋଲି ଅତିରିକ୍ତ ଜିଲାପାଳ ଡଃ ଭକ୍ତ ଚରଣ ପ୍ରଧାନ କହିଛନ୍ତି। ବସ ଚଳାଚଳ ସମୟକୁ ନେଇ ବିବାଦ ଦେଖାଦେଇଛି। ଏନେଇ ଟାଉନ ଥାନାରେ ବୈଠକ ବସି ସମାଧାନ କରାଯାଉଛି ବୋଲି ଆର୍‌ଟିଓ ନିର୍ମଳ ମହାନ୍ତି କହିଛନ୍ତି।