କେନ୍ଦୁଝରରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ, ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଲା

କେନ୍ଦୁଝର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ରବିବାର ସୂଚନା ଦିଆଯାଇଛି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ଏହି ୩ ଜଣ ତାମିଲନାଡୁରୁ ଫେରି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିଲେ। ସେମାନଙ୍କ ଘର ଘଷିପୁରା ବ୍ଲକ ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ସେଥିରୁ ଅଦ୍ୟାବଧି ୮ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି।