Categories: ରାଜ୍ୟ

କେନ୍ଦୁଝରରେ ଅଦିନିଆ ବର୍ଷା

କେନ୍ଦୁଝର,୩୦ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ପୂର୍ବାହ୍ନରେ ଅଦିନିଆ ବର୍ଷା ସାଙ୍ଗକୁ ପବନ ଓ କୁଆପଥର ମାଡ଼ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ବୁଧବାର ରାତିରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ହୋଇଥିଲା। ପୂର୍ବାହ୍ନରେ ହଠାତ୍‌ ବାତ୍ୟା ପବନ ହେବାରୁ ସଦର ବ୍ଲକ ଅଧୀନ ବେଲପଶି, ମଥୁରାମଣ୍ଡଳୀ ଆଦି ଗ୍ରାମରେ ଘରର ଛାତ ଉଡ଼ି ଯାଇଥିବା ବେଳେ ଗଛ ଡାଳ ଭାଙ୍ଗିଯାଇଛି। ସେହିଭଳି ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡିଥିବା ଜଣାପଡିଛି। ହଠାତ୍‌ ବର୍ଷା ସାଙ୍ଗକୁ ଜୋରରେ ପବନ ବହିବାରୁ ଦୁଇଟି ଗ୍ରାମର ପାଖାପାଖି ଛଅଟି ଘର କ୍ଷତିଗ୍ରସ୍ତ ହୋଇଛିି। ଜିଲାର ଅନେକ ଅଞ୍ଚଳରେ ବର୍ଷା ଓ କୁଆପଥର ମାଡ଼ ଯୋଗୁ ଆମ୍ବଗଛରୁ ବଉଳ ଝଡ଼ିପଡିଛି। ଏଣୁ କ୍ଷତିଗ୍ରସ୍ତ ଆମ୍ବଚାଷୀଙ୍କୁ ସହାୟତା ଦେବାକୁ ଦାବି ହେଉଛି।