କେନିଆରେ ଛୁଟି ମନାଉଛନ୍ତି ଆଲିଆ-ରଣବୀର

ଆଲିଆ ଭଟ୍ଟ- ରଣବୀର କପୁରଙ୍କ ରିଲେସନ୍‌ଶିପ୍‌କୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଏବେ ଏହି ଦୁଇଜଣ କେନିଆରେ ଛୁଟି ମନାଉଛନ୍ତି। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁଇଜଣ ଏକ ସଫାରୀ ଗାଡ଼ିରେ ବୁଲୁଥିବା ଦେଖିବାକୁ ମିଳିଛି। ଦୁଇଟି କ୍ୟାମେରା ଧରି ସୁନ୍ଦର ସୁନ୍ଦର ଦୃଶ୍ୟର ଫଟୋ ଉଠାଉଥିବା ନଜର ଆସିଛନ୍ତି। ଫଟୋରେ ଦୁହେଁ ଖୁବ୍‌ ଖୁସିଥିବା ଜଣାପଡୁଛନ୍ତି। ଏହାବ୍ୟତୀତ ଆଲିଆ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସୁନ୍ଦର ଦୃଶ୍ୟକୁ ସେ ଉପଭୋଗ କରିବା ସହ କ୍ୟାପଶନ ଲେଖିଛନ୍ତି, ‘ସକାଳ ଏଇଠି। ଦିନ ନୂଆ। ଇଏ ଏମିତି ଜାଗା ଯେଉଁଠି ସକାଳର କିରଣ ଫୁଟି ଉଠୁଛି’। ଆଲିଆ-ରଣବୀର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବହୁ ବ୍ୟସ୍ତ ରହୁଛନ୍ତି। ଯେତେବେଳେ ବି ସମୟ ମିଳୁଛି ଦୁଇଜଣ ଏକାଠି ବୁଲାବୁଲି କରିବା ସୁଯୋଗକୁ ଆଦୌ ହାତଛଡ଼ା କରୁନାହାନ୍ତି। ଗଣେଶ ପୂଜା ଅବସରରେ ଦୁଇଜଣଙ୍କୁ ମୁକେଶ ଅମ୍ବାନୀଙ୍କ ଘରେ ଦେଖିବାକୁ ମିଳିଥିଲା। କହିରଖୁଛୁ, ଆଲିଆ-ରଣବୀର ଖୁବ୍‌ଶୀଘ୍ର ଆୟନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏଥିରେ ଅମିତାଭ ବଚ୍ଚନ, ମୌନୀ ରାୟଙ୍କୁ ମଧ୍ୟ ଦେଖିବାକୁ ମିଳିିବ।

Share