କେତେ ଉପକାରୀ ଜୁସ୍‌

ତଟକା ଫଳମୂଳରେ ପ୍ରସ୍ତୁତ ଜୁସ୍‌ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଜୁସ୍‌ରେ ଭିଟାମିନ୍‌-ଏ, ସି, ଇ ଏବଂ ଫୋଲିକ ଏସିଡ ଭରି ରହିଛି। ଶରୀରରୁ ଖରାପ କୋଲେଷ୍ଟରଲକୁ ବାହାର କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ହାର୍ଟକୁ ସୁସ୍ଥ ରଖିବାରେ ଜୁସ୍‌ ସାହାଯ୍ୟ କରିଥାଏ। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ଜୁସ୍‌ ପିଅନ୍ତି ତେବେ ତାହା କ୍ୟାନସର ଆଶଙ୍କା ଦୂର କରିଥାଏ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ହିମୋଗ୍ଲୋବିନ୍‌ ପରିମାଣକୁ ସନ୍ତୁଳିତ ରଖିଥାଏ। ମସ୍ତିଷ୍କକୁ ସୁସ୍ଥ ରଖିବା ସହ ଏହାକୁ ଅଧିକ କ୍ରିୟାଶୀଳ କରିଥାଏ ଜୁସ୍‌। ଦୀର୍ଘଦିନର କୋଷ୍ଠକାଠିନ୍ୟ ସମସ୍ୟାରୁ କେତେକାଂଶରେ ଏହା ଉପଶମ ଦେଇଥାଏ। ଜୁସ୍‌ରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ଭରି ରହିଛି। ଗର୍ଭବତୀଙ୍କ ପାଇଁ ଜୁସ୍‌ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏହା ମଧ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।