କେତେ ଅପକାରୀ ରିଫ୍ରିଜିଂ ଖାଦ୍ୟ

ଆଜିକାଲି ଖାଦ୍ୟ ହେଉ କି ପନିପରିବା-ଏଗୁଡ଼ିକ ରେଫ୍ରିଜରେଟ ବା ଫ୍ରିଜ୍‌ରେ ରଖିବା ଏକ ସାଧାରଣ କଥା ପାଲଟିଗଲାଣି। କାରଣ ତା’ ଭିତରେ ସେଗୁଡ଼ିକ ବେଶ୍‌ ସୁରକ୍ଷିତ ହୋଇ ରହିଥାଏ। ଏହି ପ୍ରଣାଳୀକୁ ‘ରିଫ୍ରିଜିଂ’ କୁହାଯାଏ। ହେଲେ ଆମେ ଆବଶ୍ୟକ ସମୟରେ ଫ୍ରିଜ୍‌ ଭିତରୁ ଖାଦ୍ୟ ଆଣି ଖାଇବା ପରେ ବଳକା ଖାଦ୍ୟକୁ ପୁଣି ତା’ଭିତରେ ରଖିଦେଉ। ହେଲେ ଫ୍ରିଜ୍‌ ଭିତରୁ ବାହାର କରି ବାରମ୍ବାର ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। କାରଣ ଖାଦ୍ୟକୁ ବାରମ୍ବାର ଫ୍ରିଜ୍‌ ଭିତରୁ ବାହାର କଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ସେପରି ଖାଦ୍ୟ ଖାଇଲେ ଆମେ ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଉ। ଅପରପକ୍ଷରେ ଫ୍ରିଜ୍‌ ଭିତରେ ପନିପରିବା ରଖି ସେଥିରୁ ବାରମ୍ବାର ଆଣି ରୋଷେଇ କଲେ ସେପରି ପନିପରିବାର ଗୁଣବତ୍ତା ନଷ୍ଟ ହୋଇଯାଏ। ତେଣୁ ଆବଶ୍ୟକ ମୁତାବକ ପନିପରିବା ଫ୍ରିଜ୍‌ରେ ରଖି ତାକୁ ବ୍ୟବହାର କରିପାରନ୍ତି। ତଟକା ଫଳମୂଳ ଫ୍ରିଜ୍‌ ଭିତରେ ରଖି ତାକୁ ଯଦି ଅନେକ ଥର ବାହାର କରି ଖିଆଯାଏ ତେବେ ତାହା ସ୍ବାସ୍ଥ୍ୟ ପାଇଁ ଅନେକାଂଶରେ ଅପକାରୀ ସାବ୍ୟସ୍ତ ହୋଇଥାଏ।