କେତେବେଳେ ହଁ, କେତେବେଳେ ନା

ଦିଶା ପଟାନି ବୋଧହୁଏ ଦୋଛକିରେ ପଡ଼ିଯାଇଛନ୍ତି। ଟାଇଗର ଶ୍ରଫ୍‌ଙ୍କ ସହ ଆଫେୟାର୍ସକୁ ନେଇ ସେ ନିକଟରେ ଏପରି ସଫେଇ ଦେଇଛନ୍ତି, ଯାହା ଆଲୋଚନା ପାଇଁ ବେଶ୍‌ ଖୋରାକ ଯୋଗାଇଛି। ଦିଶା କହିଛନ୍ତି ଯେ, ଟାଇଗରଙ୍କ ସହ ମୋର ପ୍ରେମ ସମ୍ପର୍କ ନାହିଁ, ସେ ମୋର ଜଣେ ଭଲ ବନ୍ଧୁ। ଆମ ଦୁଇ ଜଣଙ୍କ ବନ୍ଧୁତାକୁ ନେଇ ଅନେକ ଆଲୋଚନା ହେଉଛି, ହେଲେ ତାକୁ ନେଇ ମୁଁ ଆଦୌ ବିଚଳିତ ନୁହେଁ। ତେବେ ଏହି କଥାରେ ସେ କେତେଦିନ ଦୃଢ଼ ରହୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Share