କେଜ୍‌ରିଓ୍ବାଲ୍‌ଙ୍କ କାଶକୁ ନେଇ ଏମିତି କହିଦେଲେ ଶତ୍ରୁଘ୍ନ ସିହ୍ନା: ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୬।୫: କରୋନା ଏବେ ସାରା ଦେଶରେ କାୟା ବିସ୍ତାର କରିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟରେ ସଂକ୍ରମଣ ବୃଦ୍ଧି ପାଇଛି। କରୋନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିର୍‌ୱାଲ ସରକାର ପୁଣି ଥରେ ଲକଡାଉନ୍‌ ବନ୍ଦ କରିବାକୁ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ ଏକ ସପ୍ତାହକୁ ବୃଦ୍ଧି କରାଯାଇଛି, ଯାହା ମେ ୨୪ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।
ଏହି ସମୟରେ ବଲିଉଡର ଭେଟେରାନ ଅଭିନେତା ଶତ୍ରୁଘ୍ନ ସିହ୍ନା ଥଟ୍ଟା କରି ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ ଏକ ଟୁଇଟ କରିଛନ୍ତି ଯାହା ଭାଇରାଲ ହୋଇଛି। ଏହି ଟୁଇଟ୍‌ରେ ସେ ଲେଖିଛନ୍ତି, ମୁଁ ଏହାକୁ ସମ୍ମାନର ସହ କହୁଛି। ମୋର ବନ୍ଧୁ ତଥା ଦିଲ୍ଲୀର ସିଏମ ଅରବିନ୍ଦ କେଜ୍‌ରିଓ୍ବାଲ ଏହାକୁ କେବଳ ପରିହାସ ଭାବରେ ଗ୍ରହଣ କରବେ। ସେ ଆହୁରି ମଧ୍ୟ ଏହି ଟୁଇଟରେ ଲେଖିଛନ୍ତି, ଆପଣ ଗୋଟିଏ କଥା ଲକ୍ଷ୍ୟ କରିଛନ୍ତି କି? ଯେବେଠାରୁ କରୋନା ଆସିଛି .. କେଜ୍‌ରିଓ୍ବାଲ ଏବେ ମିଛରେ ମଧ୍ୟ କାଶୁ ନାହାନ୍ତି। କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ଟୁଇଟ୍‌ ଏବେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, କେଜ୍‌ରିଓ୍ବାଲ୍‌ଙ୍କୁ ଅଧିକାଂଶ ସମୟରେ କାଶୁଥିବାର ଦେଖାଯାଏ।

Share