Categories: ଜାତୀୟ

କେଜ୍‌ରିଓ୍ବାଲଙ୍କ ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ ବେବି ମଫଲର୍‌ମ୍ୟାନ୍‌

ନୂଆଦିଲ୍ଲୀ,୧୪।୨(ପି.ଟି.):ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ୧୬ ତାରିଖରେ ରାମଲୀଳା ମଇଦାନରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିଲାବେଳେ ଏହି ଉତ୍ସବକୁ ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ କିମ୍ବା ବାହାର ରାଜ୍ୟର ରାଜନେତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇନାହିଁ। ଦିଲ୍ଲୀବାସୀଙ୍କ ଉପସ୍ଥିତିରେ କେଜ୍‌ରିଓ୍ବାଲ ଶପଥ ନେବେ ବୋଲି ଏଏପି ନେତା ଗୋପାଳ ରାୟ କହିଛନ୍ତି। ତେବେ ଭୋଟଗଣତି ଦିନ ସମସ୍ତଙ୍କ ହୃଦୟ ଜିଣିଥିବା ବେବି ମଫଲର୍‌ମ୍ୟାନ୍‌ଙ୍କୁ କେଜ୍‌ରିଓ୍ବାଲଙ୍କ ଶପଥ ଉତ୍ସବକୁ ଆମନ୍ତ୍ରଣ କରାଯାଇଛି।

Share