କେଜ୍‌ରିଓ୍ବାଲଙ୍କୁ ନବୀନଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୧।୨(ବ୍ୟୁରୋ)- ଦିଲ୍ଲୀରେ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) କ୍ଷମତାସୀନ ହେବାକୁ ଯାଉଛି। ଗତ ୮ ତାରିଖରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏଏପି ବିପୁଳ ଆସନ ହାସଲ କରି ବିଜୟୀ ହୋଇଛି। ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ଅରବିନ୍ଦ କେଜ୍‌ରିୱାଲ ତୃତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଗାତର ତୃତୀୟଥର ସଫଳତା ପାଇଥିବା ଏଏପିକୁ ଶୁଭେଚ୍ଛା। ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା।