Categories: ଜାତୀୟ

କେଜରିଓ୍ବାଲଙ୍କ ଫ୍ରି ଓ୍ବାଇଫାଇ ଯୋଜନା: ମାସକୁ ମିଳିବ ମାଗଣା ୧୫ ଜିବି ଡାଟା

ନୂଆଦିଲ୍ଲୀ,୪।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ହାତମୁଠାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଟାଣ କରିବାର ପ୍ରୟାସ କରିଛନ୍ତି। ସେ ବୁଧବାର ଫ୍ରି ଓ୍ବାଇଫାଇ ଯୋଜନାର ଘୋଷଣା କରିଛନ୍ତି। ଏଣିକି ଦିଲ୍ଲୀର ସମସ୍ତ ବସ୍‌ ଷ୍ଟାଣ୍ଡ୍‌ ସମେତ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଓ୍ବାଇଫାଇ ଦ୍ୱାରା ଲୋକେ ମାସକୁ ୧୫ ଜିବି ଡାଟା ମାଗଣାରେ ପାଇପାରିବେ। ଏଥିପାଇଁ ମୋଟ ୧୧ ହଜାର ହଟ୍‌ସ୍ପଟ୍‌ ସ୍ଥାପନା କରାଯିବ। ସେଥିମଧ୍ୟରୁ ସମସ୍ତ ବସଷ୍ଟାଣ୍ଡ୍‌ରେ ୩ ହଜାର ହଟ୍‌ସ୍ପଟ୍‌ ଲଗାଯିବ। ଏହାର ଆରମ୍ଭ ଡିସେମ୍ବର ୧୬ରୁ ହେବାର ଆଶା ରହିଛି। ଏହା ଦ୍ୱାରା ସରକାର ବାର୍ଷିକ ଶହେ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି କୁହାଯାଉଛି।

Share