Categories: ଜାତୀୟ

କେଜରିଓ୍ବାଲ ନେବେ ଶପଥ: ରାମଲୀଳା ମଇଦାନରେ ୧୦ ଫୁଟ ଉଚ୍ଚ ମଞ୍ଚ

ନୂଆଦିଲ୍ଲୀ,୧୫।୨: ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜରିଓ୍ବାଲ ଶପଥ ନେବେ। ଏଥିପାଇଁ ରାମଲୀଳା ମଇଦାନରେ ୨୦ ଫୁଟ ଲମ୍ବ,୧୦ ଫୁଟ ଉଚ୍ଚ ଏବଂ ୭୦ ଫୁଟ ଚୌଡ଼ାର ମଞ୍ଚ ନିର୍ମାଣ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ମଞ୍ଚ ନିକଟରେ ବହୁଗୁଡ଼ିଏ ସିସିଟିଭି କ୍ୟାମେରା ଲଗାଯାଇଛି। ୫୦ରୁ ଅଧିକ ଲାଉଡ୍‌ ସ୍ପିକର ମଇଦାନ ବାହାରେ ଲଗାଯିବାର ବ୍ୟବସ୍ଥା ହୋଇଛି। ଶପଥ ଗ୍ରହଣ ସ୍ଥଳରେ ଅତିଥିଙ୍କ ବସିବା ପାଇଁ ୪୦ରୁ ୪୫ ହଜାର ଚେୟାର ପକାଯାଇଥିବା କୁହାଯାଉଛି। ପୂର୍ବାହ୍ନ ୧୦ରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ। କେଜରିଓ୍ବାଲଙ୍କ ସହିତ କ୍ୟାବିନେଟ୍‌ ମନ୍ତ୍ରୀମାନେ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

Share