Categories: ଜାତୀୟ

କେଜରିଓ୍ବାଲଙ୍କ ମାଷ୍ଟର ଷ୍ଟ୍ରୋକ୍‌: ଏଥର ମାଗଣାରେ ଯାତ୍ରା କରିବେ ମହିଳା

ନୂଆଦିଲ୍ଲୀ,୧।୬: ବିଜୁଳି ଅଧା ଦାମ୍‌ରେ ଓ ପାଣି ମାଗଣାରେ ଉପଲବ୍ଧ କରିବାକୁ ଘୋଷଣା କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏଥିରେ ସଫଳ ହେବା ପରେ ଏବେ ଆଉ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଲାଗୁ ହେଲେ ମହିଳାମାନେ ମେଟ୍ରୋ ଟେନ୍‌ ଓ ସରକାରୀ ବସ୍‌ରେ ମାଗଣାରେ ଯାତାୟାତ କରିପାରିବେ। ଏହାକୁ ନେଇ ଯଦି ସେମିତି କିଛି ବଡ ଧରଣର ସମସ୍ୟା ନ ଉପୁଜେ ତେବେ ଆସନ୍ତା ୬ ମାସ ଭିତରେ ଏହା କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଉଛି। ଏହାକୁ ନେଇ ଦିଲ୍ଲୀ ସରକାର ଖୁବ୍‌ଶୀଘ୍ର ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେଶନ ସହ କଥା ହେବେ ବୋଲି ସୂଚନା ମିଳିଛି। ଯଦି ଏହି ଯୋଜନା ଲାଗୁ କରାଯାଏ ତେବେ ପ୍ରତିବର୍ଷ ସରକାରଙ୍କ ଉପରେ ୧୨୦୦କୋଟି ଟଙ୍କାର ବୋଝ ପଡିବ। ଲୋକ ସଭା ନିର୍ବାଚନରେ ଶୋଚନୀୟ ପରାସ୍ତ ହୋଇଥିବା ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ୨୦୨୦ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ୍‌ ଏହି ମାଷ୍ଟର ଷ୍ଟ୍ରୋକ୍‌ ଖେଳିବାକୁ ଯାଉଛନ୍ତି ବୋଲି ଆଲୋଚନା ହେଉଛି।

Share