Categories: ଜାତୀୟ

କେଜରିଓ୍ବାଲଙ୍କ ବିପକ୍ଷରେ ଲଢିବାକୁ ଭାଜପା ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ଜନତା ଦଳ ୟୁନାଇଟେଡ(ଜେଡିୟୁ) ଓ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ସହ ମେଣ୍ଟ କରିବା ପରେ ସମସ୍ତ ୭୦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ ଭାଜପା ୬୭ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ୨ ଆସନରେ ଜେଡିୟୁ ଓ ଗୋଟିଏ ଆସନରେ ଏଲ୍‌ଜେପି ପ୍ରାର୍ଥୀ ଲଢିବେ ବୋଲି ଜଣାପଡିଛି। ସୋମବାର ବିଳମ୍ବିତ ରାତିରେ ଭାଜପା ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହା ପୂର୍ବରୁ ଭାଜପା ୧୭ ଜାନୁୟାରୀରେ ୫୭ ଜଣ ପ୍ରାର୍ଥୀଙ୍କ ଏକ ତାଲିକା ଜାରି କରିଥିଲା। ଏବେ ଆଉ ୧୦ ଜଣଙ୍କ ନାଁ ଘୋଷଣା କରାଯାଇଛି। ଏଥିରେ ବହୁ ଚର୍ଚ୍ଚିତ ନୂଆଦିଲ୍ଲୀ ଆସନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବିପକ୍ଷରେ ଭାଜପା ସୁନିଲ ଯାଦବଙ୍କ ନାଁ ଘୋଷଣା କରିଛି।

Share