Categories: ଜାତୀୟ

କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲଙ୍କ ବିଜୟ ସ୍ପଷ୍ଟ ବାରି ହୋଇପଡିଛି। କିଛି ଆସନର ଫଳାଫଳ ଆସିଥିବା ବେଳେ ଏଏପି ଏଥର ବହୁମତରେ ବିଜୟ ଲାଭ କରିବ ବୋଲି ସ୍ପଷ୍ଟ ହୋଇଛି। ଏହାକୁ ଦେଖି ଏବେ କେଜରିଓ୍ବାଲଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ଏହି କ୍ରମରେ ଭାଜପାର ଅଧ୍ୟକ୍ଷ ଜେପି ନଡ୍ଡା କେଜରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜର ପରାଜୟକୁ ସ୍ବୀକାର କରିନେଇଛନ୍ତି। ଏଥର ସେ ବିରୋଧୀ ଆସନରେ ବସିବା ସହ ବିଧାନସଭାରେ ଲୋକଙ୍କ ସମସ୍ୟାକୁ ଉପସ୍ଥାପନ କରିବେ ବୋଲି କହିଛନ୍ତି। ଦିଲ୍ଲୀର ବିକାଶ କ୍ଷେତ୍ରରେ କେଜରିଓ୍ବ୍‌ାଲଙ୍କ ନେତୃତ୍ୱାଧିନ ସରକାର କାମ କରିବ ବୋଲି ସେ ଆଶା ପୋଷଣ କରିଛନ୍ତି।

Share