Categories: ଫୁରସତ

କେକ୍‌ ଖୁଆଇଲେ, କାନ୍ଧରେ ହାତ ରଖିଲେ: ରତନ ଟାଟାଙ୍କ ସହ ଥିବା ଏହି ଭାଗ୍ୟବାନ ଯୁବକ ଜଣଙ୍କ କିଏ

ବିଶ୍ୱର ଅଗ୍ରଣୀ ଶିଳ୍ପପତି ରତନ ଟାଟା ତାଙ୍କ ସାମାଜିକ କାର୍ଯ୍ୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। ଡିସେମ୍ବର ୨୮, ୨୦୨୧ରେ ରତନ ଟାଟା ତାଙ୍କର ୮୪ ତମ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନ ପାଳନ କରୁଥିବା ତାଙ୍କର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ, ରତନ ଟାଟା ଏକ ଚେୟାରରେ ବସି ଆଗ ଟେବୁଲ ଉପରେ ଏକ ଛୋଟ କପ କେକ କାଟିଥିବାର ନଜର ଆସିଛନ୍ତି। ରତନ ଟାଟା ଏକ ଛୋଟ କେକ ଉପରେ ମହମବତୀ ଲଗାଇ କେକ କାଟିଥିଲେ। ତା’ପରେ ତାଙ୍କ ସାମ୍ନାରେ ଟେବୁଲରେ ବସିଥିବା ଯୁବକ ରତନ ଟାଟା ପାଖକୁ ଆସି କାନ୍ଧରେ ହାତ ରଖିଥିଲେ। ତା’ପରେ ସେ ବସି ରତନ ଟାଟାକୁ କଟା କପକେକ ଖାଇବାକୁ ଦିଅନ୍ତି।
ଭାଇରାଲ ହୋଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ରତନ ଟାଟା ନିଜ ଜନ୍ମଦିନ ପାଳନ ବଡ ଆକାରରେ ପାଳନ ନ କରି ଶସ୍ତା କେକ କାଟି ନିଜ ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ନିଜ ଜନ୍ମଦିନକୁ ଅତି ସରଳତାର ସହିତ ପାଳନ କରିଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ଏହି ଭିଡିଓରେ ଅନେକ ଲୋକ ପ୍ରଶ୍ନ କରୁଛନ୍ତି ଯେ ରତନ ଟାଟାଙ୍କ ସହ କେକ କାଟିଥିବା ଏହି ଯୁବକ କିଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଯୁବକ ରତନ ଟାଟା ସହିତ କୌଣସି ପାରିବାରିକ ସମ୍ପର୍କ ନାହିଁ । କିନ୍ତୁ ତାଙ୍କ ସହିତ ଏକ ବିଶେଷ ସମ୍ପର୍କ ଅଛି।
ସେହି ଯୁବକ ଜଣଙ୍କ ହେଉଛନ୍ତି ଶାନ୍ତନୁ ନାଇଡୁ। ସେ ରତନ ଟାଟାଙ୍କ ବ୍ୟକ୍ତିଗତ ସଚିବ ଅଟନ୍ତି। ମୁମ୍ବାଇରେ ରହୁଥିବା ଶାନ୍ତନୁ ନାଇଡୁ ଜଣେ ଭାଗ୍ୟବାନ ଯୁବକ, ଯାହାଙ୍କୁ ରତନ ଟାଟା ନିଜେ ଡାକି କହିଥିଲେ ତୁମଦ୍ୱାରା ମୁଁ ବହୁତ ପ୍ରଭାବିତ। ତୁମେ ମୋର ବ୍ୟକ୍ତିଗତ ସହାୟକ ହେବ କି? ଏହାପରେ ଶାନ୍ତୁନ ଟାଟାଙ୍କ ବ୍ୟକ୍ତିଗତ ସଚିବ ଭାବ୍ୟ କାର୍ଯ୍ୟ କଲେ। ସେ ୩ ବର୍ଷ ହେବ ଏହି କାର୍ଯ୍ୟ କରୁଛନ୍ତି।
ଶାନ୍ତନୁଙ୍କ ସଫଳତାର କାହାଣୀ ଫେସବୁକ ପେଜ ହ୍ୟୁମାନ୍ସ ଅଫ ବମ୍ବେରେ ଲେଖିଥିଲା। ୨୦୧୪ରେ ଶାନ୍ତନୁଙ୍କ ଜୀବନ ବଦଳିଯାଇଥିଲା। ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ସେ ରାସ୍ତାରେ ଏକ ଦୁର୍ଘଟଣାରେ ଗୋଟିଏ କୁକୁରର ମୃତ୍ୟୁକୁ ଦେଖିଥିଲେ। କୁକୁରମାନଙ୍କୁ ଏହିପରି ମୃତ୍ୟୁରୁ ରକ୍ଷା କରିବା ପାଇଁ ଶାନ୍ତନୁ ଚିନ୍ତା କରିବା ଆରମ୍ଭ କଲେ। ସେ କୁକୁରମାନଙ୍କ ପାଇଁ ବେକରେ କଲର ବାନ୍ଧିବା ସଂକଳ୍ପ ନେଇଥିଲେ। ଏକ ଚମକଦାର କଲର ଦ୍ୱାରା ଡ୍ରାଇଭରମାନେ ଦୂରରୁ କୁୁକୁରକୁ ଦେଖି ସାବଧାନ ଗାଡି ଚଳାଇପାରିବେ।

Share