କୃଷି ସାମ୍ବାଦିକତାର ଗୁରୁତ୍ୱ

ନଟବର ଖୁଣ୍ଟିଆ

ସମାଜରେ ଦୈନନ୍ଦିନ ଘଟି ଯାଉଥିବା ବିଭିନ୍ନ କ୍ଷେତ୍ରର ଘଟଣା, ଆବିଷ୍କାର, ଉଦ୍ଭାବନ ଆଦିକୁ ସରଳ ଓ ବୋଧଗମ୍ୟ ଭାଷାରେ ଜନସାଧାରଣଙ୍କ ସମ୍ମୁଖରେ ମୁଖ୍ୟତଃ ସମ୍ବାଦପତ୍ର, ଟେଲିଭିଜନ, ରେଡିଓ ଓ ଆଜିକାର ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପରିବେଷଣ କରିବା ହେଲା ସାମ୍ବାଦିକତା। ଜନସାଧାରଣ ଏହା ପଢ଼ି ସଚେତନ ହୁଅନ୍ତି, ବିଭିନ୍ନ ବିଷୟରେ ଜ୍ଞାନ ଅର୍ଜନ କରି ସତର୍କ ରୁହନ୍ତି। ସଫଳ କାହାଣୀ ଶୁଣି ନିଜେ ପ୍ରୟୋଗ କରନ୍ତି, ଅସଫଳ କାହାଣୀ ଶୁଣି ସତର୍କ ରୁହନ୍ତି। ଏହା ଫଳରେ ଏକ ସଚେତନ ସମାଜ ଗଢ଼ି ଉଠି ସାମଗ୍ରିକ ବିକାଶକୁ ତ୍ୱରାନ୍ବିତ କରିଥାଏ।
ଦେଖାଯାଏ, ଗଣମାଧ୍ୟମଗୁଡ଼ିକ ସବୁ କ୍ଷେତ୍ର ପ୍ରତି ସମାନ ଗୁରୁତ୍ୱ ନ ଦେଇ କେତେକ କ୍ଷେତ୍ର ପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତି, ଯାହାଫଳରେ ଅନ୍ୟ କ୍ଷେତ୍ର ସମ୍ବନ୍ଧରେ ସୂଚନା ସାଧାରଣ ଜନତା ନ ପାଇ ଅନ୍ଧାରରେ ରହି ସେସବୁ କ୍ଷେତ୍ରର ବିକାଶ କରିପାରନ୍ତି ନାହଁ। ଗଣମାଧ୍ୟମ ବିଶେଷ ଭାବରେ ରାଜନୀତି, ଆମୋଦପ୍ରମୋଦ, କ୍ରୀଡ଼ା, ଅପରାଧ ଇତ୍ୟାଦି ସମ୍ବନ୍ଧରେ ଯେତେ ସମ୍ବାଦ ପରିବେଷଣ କରନ୍ତି, କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସମ୍ବନ୍ଧିତ ଖବର ଆବଶ୍ୟକ ତୁଳନାରେ ବହୁ କମ ପରିବେଷଣ କରିଥାଆନ୍ତି।
ଓଡ଼ିଶାରେ ତିନି ଚତୁର୍ଥାଂଶ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷି ଓ କୃଷି ଆନୁଷଙ୍ଗିକ ବୃତ୍ତି ଉପରେ ନିର୍ଭରଶୀଳ। ଯଦି ଆଧୁନିକ କୃଷି ପ୍ରଣାଳୀ ଚାଷୀମାନେ ଉପଯୋଗ ନ କରନ୍ତି, ତେବେ ସେମାନଙ୍କ କୃଷିରୁ ଆୟ ବ୍ୟୟ ତୁଳନାରେ ବୃଦ୍ଧି ପାଇବ ନାହଁ। କୃଷକମାନେ ଆତ୍ମନିର୍ଭର ନ ହେଲେ ଦେଶର ତିନି ଚତୁର୍ଥାଂଶ ଲୋକମାନଙ୍କ ମଧ୍ୟରୁ ଯଦି ଅଧିକାଂଶଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହେବ, ତେବେ ରାଜ୍ୟର ବିକାଶ ହୋଇଛି ବୋଲି କୁହାଯାଇ ପାରିବନାହିଁ।
ମଣିଷର ପ୍ରଥମ ଆବଶ୍ୟକତା ହେଲା ଖାଦ୍ୟ। ଖାଦ୍ୟ ବିନା ମଣିଷ ବଞ୍ଚତ୍ ରହିପାରିବ ନାହିଁ। ସୁତରାଂ କୃଷିର ବିକାଶ ନ ହେଲେ ସୀମିତ ଚାଷଜମିରୁ କ୍ରମବର୍ଦ୍ଧିଷ୍ଣ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ସମ୍ଭବ ନୁହେଁ। କୃଷି ବିଶ୍ୱବିଦ୍ୟାଳୟ ଓ କୃଷି ଗବେଷଣା କେନ୍ଦ୍ରମାନଙ୍କରେ ଗବେଷଣା କରାଯାଇ ଯେଉଁ ନୂତନ ବିହନ ଓ ଉନ୍ନତ ଚାଷପ୍ରଣାଳୀ ବାହାରୁଛି, ସେସବୁ ଚାଷୀଙ୍କ ନିକଟରେ ପହଞ୍ଚତ୍ଲେ ଓ ଚାଷୀମାନେ ତାହା ପ୍ରୟୋଗ କଲେ ଉତ୍ପାଦନ ବୃଦ୍ଧି ପାଇବ। ସେହି ଉତ୍ପାଦ ଖାଦ୍ୟ ସାମଗ୍ରୀ ଯୋଗାଇଦେବା ସହ ଚାଷୀର ଆୟ ବୃଦ୍ଧି କରିବ। ଏହି ଜ୍ଞାନ କୌଶଳକୁ ସରକାରୀ କୃଷି ସମ୍ପ୍ରସାରଣ ସଂସ୍ଥା ଏବଂ କୃଷି ବିଶ୍ୱବିଦ୍ୟାଳୟର କୃଷି ସମ୍ପ୍ରସାରଣ ବ୍ୟବସ୍ଥା ଯଦିଓ ଚାଷୀଙ୍କ ନିକଟରେ ପହଞ୍ଚାଇବାର ପ୍ରାଥମିକ କର୍ତ୍ତବ୍ୟ, କିନ୍ତୁ ତାହା ଯଥେଷ୍ଟ ନୁହେଁ। ଆମ ଗଣମାଧ୍ୟମର ଅନ୍ୟ ଏକ ପ୍ରମୁଖ ଦାୟିତ୍ୱ ହେଲା କୃଷି ଓ କୃଷି ଆନୁଷଙ୍ଗିକ ବୃତ୍ତି ସମ୍ବନ୍ଧରେ ବିଭିନ୍ନ ଜ୍ଞାନ କୌଶଳକୁ ଅତି ସରଳ ଭାଷାରେ ପାଠକ, ଦର୍ଶକ, ଶ୍ରୋତାଙ୍କ ନିକଟରେ ନିୟମିତ ଭାବରେ ପହଞ୍ଚାଇ ଦେବା, ଯେପରି ରାଜନୀତି, କ୍ରୀଡ଼ା, ମନୋରଞ୍ଜନ ସାହିତ୍ୟ ଆଦି କ୍ଷେତ୍ରରେ କରୁଛନ୍ତି।
କୃଷି ଉପରେ ଆମ ଜୀବନର ପ୍ରାଥମିକ ଆବଶ୍ୟକତା ଖାଦ୍ୟ ପାଇଁ ଆମେ ନିର୍ଭରଶୀଳ ହେବାବେଳେ ଏବଂ କୃଷି ଆମ ଲୋକସଂଖ୍ୟାର ତିନି ଚତୁର୍ଥାଂଶ ଜୀବନ ଧାରଣର ଉତ୍ସ ହୋଇଥିବାରୁ ଗଣମାଧ୍ୟମ ଏହି କ୍ଷେତ୍ରକୁ ଅଣଦେଖା ନ କରି ପ୍ରାଥମିକତା ଦେଇ କୃଷି ସମ୍ବନ୍ଧୀୟ ଖବରକୁ ପ୍ରଚାର ପ୍ରସାର କରିବା ଉଚିତ୍‌।
୧୯୬୦ ଦଶକରେ ପ୍ରତି ସପ୍ତାହରେ ଦିନେ ପ୍ରଜାତନ୍ତ୍ରରେ ‘ଗ୍ରାମ କୃଷି କୃଷକ’ ଶୀର୍ଷରେ ଏକ ସ୍ବତନ୍ତ୍ର ପୃଷ୍ଠା ପ୍ରକାଶ ପାଉଥିଲା, ଯେଉଁଥିରେ କୃଷି ଓ କୃଷି ଆନୁଷଙ୍ଗିକ ବୃତ୍ତି ସମ୍ବନ୍ଧରେ ଲେଖାମାନ ପ୍ରକାଶ ପାଉଥିଲା। ପରବର୍ତ୍ତୀ ସମୟରେ ଏହା ବନ୍ଦ ହୋଇ ଯାଇଥିଲା। ପରେ ଅନ୍ୟ କେତେକ ଖବରକାଗଜ କୃଷି ପୃଷ୍ଠା ବାହାର କଲେ ବି ସ୍ଥାୟୀ ହେଲା ନାହଁ। ଆକାଶବାଣୀ କିନ୍ତୁ କୃଷି ସଂସାର ପ୍ରତିଦିନ ସା ସାଢ଼େ ସାତଟା ବେଳେ ଦେଉଥିଲା। ଏହା ଖୁବ୍‌ ଲୋକପ୍ରିୟ ଥିଲା। ଏବେ ଅନେକ ଖବରକାଗଜ ଓ ଘରୋଇ ଟିଭି ଚ୍ୟାନେଲ ଛାଇ ହୋଇଗଲେଣି, କିନ୍ତୁ କୃଷି ସମ୍ବନ୍ଧୀୟ ଖବର ଓ ଆଲୋଚନା ପାଇଁ ଯେପରି ସ୍ବତନ୍ତ୍ର ପୃଷ୍ଠା ପ୍ରାୟ କେହି ନିୟମିତ ବାହାର କରୁନାହାନ୍ତି ଧରିତ୍ରୀ ବ୍ୟତୀତ । ଟିଭି ଚ୍ୟାନେଲଗୁଡ଼ିକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରୁନାହାନ୍ତି ଦୂରଦର୍ଶନ ବ୍ୟତୀତ।
ନିକଟରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ତରଫରୁ କୃଷି ସାମ୍ବାଦିକତା ସମ୍ବନ୍ଧରେ ଏକ ଆଲୋଚନାଚକ୍ର ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନାଚକ୍ରରେ ରାଜ୍ୟ କୃଷିମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୃଷି ବିଚାର ସହ ସମ୍ପୃକ୍ତ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, କୃଷି ନୀତି ଉପରେ ଲେଖୁଥିବା ସ୍ତମ୍ଭକାର, ବିଭିନ୍ନ ସମ୍ବାଦପତ୍ର, ଟିଭି ଚ୍ୟାନେଲ ଓ ରେଡିଓ ଆଦିର ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସମସ୍ତେ ଏକମତ ହୋଇଥିଲେ ଯେ, କୃଷି ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ବନ୍ଧରେ ଚାଷୀମାନେ ଜାଣିବା ପାଇଁ ପ୍ରତ୍ୟେକ କିସମର ଗଣମାଧ୍ୟମ ସ୍ବତନ୍ତ୍ର ଦୃଷ୍ଟି ଦେଇ ନିୟମିତ କୃଷି ସମ୍ବନ୍ଧୀୟ ଖବରକୁ ବ୍ୟବସ୍ଥିତ ଢଙ୍ଗରେ ପ୍ରଚାର ପ୍ରସାର କରନ୍ତୁ। କୃଷି ବିଜ୍ଞାନ ଏକ ଜଟିଳ ବୈଷୟିକ ପାଠ। ଏହାକୁ ଅନେକେ ବୁଝିପାରନ୍ତି ନାହଁି। ସୁତରାଂ ଓୟୁଏଟିର କୃଷି ସମ୍ପ୍ରସାରଣ ବିଭାଗ, ପ୍ରତି ଜିଲାରେ ପ୍ରତିଷ୍ଠିତ କୃଷି ବିଜ୍ଞାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ପ୍ରତିଜିଲାରେ ଥିବା ଡେପୁଟି ଡାଇରେକ୍ଟର ଅଫିସରେ ଅବସ୍ଥାପିତ କୃଷି ବିଜ୍ଞାନୀମାନଙ୍କ ମଧ୍ୟରୁ ଅନ୍ତତଃ ଜଣ ଜଣଙ୍କୁ ଦାୟିତ୍ୱ ଦିଆଯାଉ। ଚାଷୀମାନେ ବୁଝିପାରିଲା ଭଳି ଭାଷାରେ ବୈଜ୍ଞାନିକ ତତ୍ତ୍ୱ ସମ୍ପୃକ୍ତ ଅଞ୍ଚଳର ସାମ୍ବାଦିକମାନଙ୍କୁ ଯୋଗାଇଦେବେ।
ପ୍ରତ୍ୟେକ ଖବରକାଗଜ ଏକ ସାପ୍ତାହିକ କୃଷି ପୃଷ୍ଠା ପ୍ରକାଶ କରନ୍ତୁ। ଓୟୁଏଟିର କୃଷି ସମ୍ପ୍ରସାରଣ ବିଭାଗ ଏକ ପିଜି ପାଠ୍ୟକ୍ରମ କୃଷି ସାମ୍ବାଦିକତାରେ ଖୋଲୁ। ଏହି କୃଷି ସାମ୍ବାଦିକତା ପଢ଼ିଥିବା ପୋଷ୍ଟ ଗ୍ରାଜୁଏଟମାନଙ୍କୁ ପ୍ରତି କୃଷି ବିଜ୍ଞାନ କେନ୍ଦ୍ର ଓ ଜିଲା ଡିଡିଏ ଅଫିସରେ ପୋଷ୍ଟିଂ ଦିଆଯାଉ। ପ୍ରଥମେ କୃଷି ସମ୍ବନ୍ଧୀୟ ପୃଷ୍ଠାର ପରିଚାଳନା ପାଇଁ ଏବଂ ପରବର୍ତ୍ତୀ ସମୟରେ କୃଷି ସାମ୍ବାଦିକ ହିସାବରେ ଅନ୍ତତଃ ଜିଲାସ୍ତରରେ ନିଯୁକ୍ତି ଦେବାପାଇଁ।
କୃଷି ପରି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶ ପାଇଁ ଗଣମାଧ୍ୟମର ଭୂମିକା ଅପରିହାର୍ଯ୍ୟ। ସୁତରାଂ ପ୍ରତ୍ୟେକ ଗଣମାଧ୍ୟମ ଏହି ଜାତୀୟ କର୍ତ୍ତବ୍ୟ ନିର୍ବାହ ପାଇଁ ନୂତନ ଚିନ୍ତାଧାରା ଗ୍ରହଣ କରି ଆଧୁନିକ କୃଷି ବିଜ୍ଞାନକୁ ଚାଷୀମାନଙ୍କ ମଧ୍ୟରେ ଲୋକପ୍ରିୟ କରାନ୍ତୁ।
ମୋ: ୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri