Categories: ଜାତୀୟ

କୃଷି କ୍ଷେତ୍ର ପାଇଁ ମିଳିବ ୮୬, ୬୦୦ କୋଟିର ଋଣ

ନୂଆଦିଲ୍ଲୀ, ୧୪।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି। ଆତ୍ମନିର୍ଭର ଭାରତର ଅଧିନରେ ଘୋଷଣା ହୋଇଥିବା ଆର୍ଥିକ ପ୍ୟାକେଜରେ ଚାଷୀ ଓ ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି।
ବିଗତ ଦୁଇ ମାସ ମଧ୍ୟରେ ୬୩ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ମାର୍ଚ୍ଚ ଓ ଏପ୍ରିଲରେ ୬୩ଲକ୍ଷ ଚାଷୀଙ୍କୁ ୮୬ହଜାର ୬୦୦କୋଟି ଟଙ୍କାର ଋଣ ମିଳିଛି । ରବି ଚାଷ ଅମଳ ପରବର୍ତ୍ତୀ ସହାୟତା ପାଇଁ ନାବାର୍ଡକୁ ତୁରନ୍ତ ୩୦ ହଜାର କୋଟି ଯୋଗାଣ ନେଇ ଘୋଷଣା କରିଛନ୍ତି ସରକାର।
୩ କୋଟି ଚାଷୀଙ୍କୁ ୪ ଲକ୍ଷ କୋଟି ଟଙ୍କାର ରିଲିଫ୍‌ ମିଳିସାରିଛି। ଗତ ୨ ମାସରେ ୨୫ ଲକ୍ଷ କିସାନ କ୍ରେଡିଟ୍‌ କାର୍ଟ ଦିଆଯାଇଛି। ଏହି କେଡିଟ୍‌ ଜରିଆରେ ୨୫ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି। ଏମ୍‌ଏସ୍‌ଏମ୍‌ଇ ପ୍ୟାକେଜ ଜରିଆରେ କେନ୍ଦ୍ର ଶ୍ରମିକ, ଦିନ ମଜୁରିଆ ଏବଂ ଚାଷୀଙ୍କୁ ମଧ୍ୟ ସହଯୋଗ ମିଳିବ। ତେବେ ୩୧ ମେ’ଯାଏ ଋଣ ପରିଶଧ ନେଇ ସାମୟିକ ଆଶ୍ୱସ୍ତି ଦେଇଛନ୍ତି ସରକାର।

Share