କୃଷି, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଉପରେ ଗୁରୁତ୍ୱ

ଭୁବନେଶ୍ୱର/ଛତ୍ରପୁର/ରାୟଗଡ଼ାଅଫିସ/ପାରଳାଖେମୁଣ୍ଡି,୧୬ା୫: କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲାରେ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ବିଭାଗ ସଚିବ ଭି.କେ. ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗଞ୍ଜାମ, ରାୟଗଡା, ଗଜପତି ଜିଲା ଗସ୍ତକରି ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମ୍‌ସି) ପରିଦର୍ଶନ କରିଥିଲେ। କରୋନା ମୁକାବିଲା, ପ୍ରବାସୀ ଓଡ଼ିଆଙ୍କୁ ଟିଏମ୍‌ସି କେନ୍ଦ୍ରରେ ମିଳୁଥିବା ସୁବିଧା ବିଷୟରେ ସମୀକ୍ଷା କରିଥିଲେ। ଜିଲାଗୁଡିକରେ କୃଷିକାର୍ଯ୍ୟକୁ ତ୍ୱରାନ୍ବିତ କରିବା ସହ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଜିଲାପାଳମାନଙ୍କୁ ସେମାନେ ନିର୍ଦ୍ଦେଶ ଦେଇଥିଲେ।
ପାଣ୍ଡିଆନ୍‌ ଶୁକ୍ରବାର ଗଞ୍ଜାମ ଜିଲାର ହିଞ୍ଜିଳିକାଟୁ, ଶେରଗଡ, ପୋଲସରା ଓ ଆସିକା ବ୍ଲକକୁ ଯାଇ ସରପଞ୍ଚମାନଙ୍କ ସହ କରୋନା ମୁକାବିଲା ଓ କ୍ୱାରାଣ୍ଟାଇନ୍‌ ସେଣ୍ଟରଗୁଡିକର ସୁପରିଚାଳନା, ପ୍ରବାସୀ ତଥା ଅନ୍ତେବାସୀମାନଙ୍କୁ କିଭଳି ଖାଦ୍ୟ ମଳୁଛି ଏବଂ ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ଆଲୋଚନା କରିଥିଲେ। ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଇଞ୍ଜିିନିୟରିଂ କଲେଜରେ ହୋଇଥିବା କୋଭିଡ୍‌ କେୟାର ସେଣ୍ଟର ପରିଦର୍ଶନ କରିଥିଲେ। ସେହିପରି ଉନ୍ନୟନ କମିଶନର ଏବଂ ୫-ଟି ସଚିବ ରାୟଗଡ଼ା ଓ ଗଜପତି ଜିଲା ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କରିଥିଲେ। ପ୍ରବାସୀ ଶ୍ରମିକଙ୍କୁ ସଙ୍ଗରୋଧରେ ରଖିବା ଏବଂ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ଆଦି ଭିତ୍ତିଭୂମିର ତଦାରଖ କରିଥିଲେ। ଦୁଇ ଅଧିକାରୀ ପ୍ରଥମେ ରାୟଗଡ଼ା ଜିଲାର ଜେକେପୁର ଇଏସ୍‌ଆଇ ହସ୍ପିଟାଲ ପରିସରସ୍ଥ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଥିଲେ। ଜରୁରୀ ପରିସ୍ଥିତିରେ ଅନ୍ୟ ଜିଲା ଉପରେ ନିର୍ଭର ନ କରି ଯେପରି ରୋଗୀଙ୍କ ଚିକିତ୍ସା ହୋଇପାରିବ, ସେଥିପାଇଁ ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ବ୍ୟବସ୍ଥା କରିବାକୁ ପାଣ୍ଡିଆନ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରୋଗୀଙ୍କ ପାଇଁ ହସ୍ପିଟାଲରେ କ’ଣ ବ୍ୟବସ୍ଥା ରହିଛି ସେ ନେଇ ମେଡିକାଲ ଅଫିସର ଡା. ଲକ୍ଷ୍ମୀକାନ୍ତ ସାହୁଙ୍କୁ ସେ ପଚାରି ବୁଝିଥିଲେ। ପରେ ସେମାନେ ଗଜପତି ଜିଲା ରାଜସୀତାପୁରଠାରେ ଥିବା କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଥିଲେ। ପ୍ରବାସୀଙ୍କ ପାଇଁ ଜିଲାରେ ସଙ୍ଗରୋଧ କେନ୍ଦ୍ର ଏବଂ କୋଭିଡ୍‌ ହସ୍ପିଟାଲରେ କିଭଳି ବ୍ୟବସ୍ଥା ରହିଛି, ତାହାର ଅନୁଧ୍ୟାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri